ଜାତୀୟମନୋରଞ୍ଜନ

ମଲିଉଡରେ ଏଣ୍ଟ୍ରି କଲେ କରନ୍ ଜୋହର, ରିଲିଜ୍ କଲେ ପୋଷ୍ଟର : ‘କାନ୍ତାରା’କୁ ଟକ୍କର ଦେବ ଫିଲ୍ମର କାହାଣୀ

ପୃଥ୍ବୀରାଜ, ଆମେ ଏକାଠି ଅନେକ ପ୍ରୋଜେକ୍ଟରେ କାମ କରିଛୁ ଏବଂ ଭବିଷ୍ୟତରେ ଆହୁରି ଅନେକ ପ୍ରୋଜେକ୍ଟରେ ସହଯୋଗ କରିବାକୁ ଆଶା କରୁଛୁ । ରାହୁଲ ସଦାଶିବନଙ୍କ ଦ୍ୱାରା ନିର୍ଦ୍ଦେଶିତ ଆମର ଫିଲ୍ମ 'ଓଡିୟାନ୍' ଘୋଷଣା କରି ଗର୍ବିତ । ଲୋକକଥା ଏବଂ ହରର କାହାଣୀ ଉପରେ ଆଧାରିତ ତାଙ୍କର ପ୍ରତିଭା ଆଜିର ସିନେମା କ୍ଷେତ୍ରରେ ପ୍ରକୃତରେ ଉଲ୍ଲେଖନୀୟ। ଏହି କାହାଣୀକୁ ପରଦାରେ ଜୀବନ୍ତ କରି ଦେଖାଇଛନ୍ତି ମଞ୍ଜୁ ୱାରିୟର ଏବଂ ପୃଥ୍ବୀରାଜ।"

ମୁମ୍ବାଇ,|୦୬:ବଲିଉଡ ଛାଡି ମଲିଉଡ଼ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିଛନ୍ତି ଫିଲ୍ମ ମେକର ତଥା ପ୍ରଡ୍ୟୁସର କରନ ଜୋହର । ପ୍ରଥମ ଥର ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ମାଲାୟଲମ ଫିଲ୍ମ । ମଲିଉଡ଼ ଇଣ୍ଡଷ୍ଟ୍ରିରେ ନିଜର ପ୍ରଡକ୍ସନ ବ୍ୟାନର ଦ୍ୱାରା ନିର୍ମିତ ଫିଲ୍ମର ଟାଇଟଲ ଘୋଷଣ କରିଛନ୍ତି ବଲିଉଡ ଡିରେକ୍ଟର କରନ ଜୋହର । ନିକଟରେ ଫିଲ୍ମର ଏକ ପୋଷ୍ଟର ରିଲିଜ୍ ହୋଇଛି ଯାହାକୁ କରନ୍ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫିଲ୍ମ ତାଙ୍କର ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହେବ, ଯାହା ପ୍ରଯୋଜକଙ୍କ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବ।

ତେବେ କରନଙ୍କ ପ୍ରଯୋଜିତ ଏହି ଫିଲ୍ମ ହେଉଛି ଓଡିୟାନ୍ । ପୃଥ୍ୱୀରାଜ ସୁକୁମାରନ୍ ‘ଓଡିୟାନ୍’ରେ ନଜର ଆସିବେ । ରାହୁଲ ସଦାଶିବନ ନିର୍ଦ୍ଦେଶକ ଭାବରେ ‘ଓଡିଅନ୍’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ସିନେମାରେ ପୃଥ୍ୱୀରାଜଙ୍କ ସହ ମଞ୍ଜୁ ୱାରିଅର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହାକୁ ନେଇ କରନ୍ ଜୋହର ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି ଏବଂ ଏହି ପ୍ରୋଜେକ୍ଟ ବିଷୟରେ ତାଙ୍କର ଉତ୍ସାହ ମଧ୍ୟ ସେୟାର କରିଛନ୍ତି । ସେ ଲେଖିଛନ୍ତି, “ଧର୍ମା ମୁଭିଜ୍ରେ, ଆମେ ମାଲାୟଲମ୍ ସିନେମା ଜଗତରେ ଆମର ପ୍ରଥମ ପାଦ ପକାଉଛୁ, ଏବଂ ମୁଁ ଗର୍ବର ସହିତ କହୁଛି ଯେ ଏଥିପାଇଁ ଆମର ସର୍ବୋତ୍ତମ ଅଂଶୀଦାର ଅଛନ୍ତି।”

ସେ ଆହୁରି ଲେଖିଛନ୍ତି, “ପୃଥ୍ବୀରାଜ, ଆମେ ଏକାଠି ଅନେକ ପ୍ରୋଜେକ୍ଟରେ କାମ କରିଛୁ ଏବଂ ଭବିଷ୍ୟତରେ ଆହୁରି ଅନେକ ପ୍ରୋଜେକ୍ଟରେ ସହଯୋଗ କରିବାକୁ ଆଶା କରୁଛୁ । ରାହୁଲ ସଦାଶିବନଙ୍କ ଦ୍ୱାରା ନିର୍ଦ୍ଦେଶିତ ଆମର ଫିଲ୍ମ ‘ଓଡିୟାନ୍’ ଘୋଷଣା କରି ଗର୍ବିତ । ଲୋକକଥା ଏବଂ ହରର କାହାଣୀ ଉପରେ ଆଧାରିତ ତାଙ୍କର ପ୍ରତିଭା ଆଜିର ସିନେମା କ୍ଷେତ୍ରରେ ପ୍ରକୃତରେ ଉଲ୍ଲେଖନୀୟ। ଏହି କାହାଣୀକୁ ପରଦାରେ ଜୀବନ୍ତ କରି ଦେଖାଇଛନ୍ତି ମଞ୍ଜୁ ୱାରିୟର ଏବଂ ପୃଥ୍ବୀରାଜ।”

‘ଓଡିଅନ୍’ ଚଳଚ୍ଚିତ୍ରଟି କରନ୍ ଜୋହର, ଅଦାର ପୁନାୱାଲା, ଅପୂର୍ବ ମେହେଟ୍ଟା ଏବଂ ସୁପ୍ରିୟା ମେନନଙ୍କ ଦ୍ୱାରା ପ୍ରଯୋଜିତ । ଫିଲ୍ମର କାହାଣୀ କେରଳର ଲୋକକଥାରୁ ଜନ୍ମିତ ଏକ ଭୟଙ୍କର ‘ରୂପ ପରିବର୍ତ୍ତନକାରୀ ଜୀବ ‘ ଉପରେ ଆଧାରିତ । ଯେଉଁଥିରେ ପୌରାଣିକ କାହାଣୀ ସହ ମନୋବୈଜ୍ଞାନିକ ଗଭୀରତାର ଏକ ମିଶ୍ରଣ ଦେଖିବାକୁ ମିଳିବ । ଏହାକୁ ରାହୁଲ ସଦାଶିବନଙ୍କ ନିର୍ଦ୍ଦେଶନାରେ ନିର୍ମିତ ସବୁଠାରୁ ବଡ଼ ପ୍ରକଳ୍ପ ଭାବରେ ବିବେଚନା କରାଯାଉଛି ।

 

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button