ମହାନଗର

Crowd: ସଞ୍ଜ ନଉଁ ନଉଁ ମହୋତ୍ସବରେ ଭିଡ଼

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସପ୍ତମ ପୁସ୍ତକ ମହୋତ୍ସବ ବଖାଣୁଛି ଜ୍ଞାନ, ବିଜ୍ଞାନ, ସୂଚନା ଓ ସଂସ୍କୃତିର କାହାଣୀ। ମହୋତ୍ସବରେ କେଉଁଠି ପାରମ୍ପରିକ ଢୋଲର ଧ୍ୱନି ଗୁଞ୍ଜରିତ ହେଉଛି ତ...

ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସପ୍ତମ ପୁସ୍ତକ ମହୋତ୍ସବ ବଖାଣୁଛି ଜ୍ଞାନ, ବିଜ୍ଞାନ, ସୂଚନା ଓ ସଂସ୍କୃତିର କାହାଣୀ। ମହୋତ୍ସବରେ କେଉଁଠି ପାରମ୍ପରିକ ଢୋଲର ଧ୍ୱନି ଗୁଞ୍ଜରିତ ହେଉଛି ତ କେଉଁଠି ଅତ୍ୟାଧୁନିକ ରୋବର୍ଟ, ଏଲ୍‌ଇଡି ଟିଭିର ଦୃଶ୍ୟ ଓ ସେଲ୍‌ଫି ପଏଣ୍ଟ ଲୋକଙ୍କୁ ବାନ୍ଧି ରଖିଛି। ପୁଣି ବିଭିନ୍ନ ପୁସ୍ତକ ଉନ୍ମୋଚନ ଉତ୍ସବରେ ନିଜ ପ୍ରିୟ ଲେଖକଙ୍କୁ ଦେଖି ପାଠକମାନେ ଆନନ୍ଦିତ ହେଉଛନ୍ତି। ସେମାନଙ୍କ ପୁସ୍ତକ କିଣିବା ସହିତ ଅଟୋଗ୍ରାଫ୍ ନେଇ ନିଜ ସାମାଜିକ ଗଣମାଧ୍ୟମର ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ସେହିପରି ନିଜ ଜିଲ୍ଲାର ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ଚିତ୍ର ଦେଖି ତାଙ୍କ ତ୍ୟାଗ, ବଳିଦାନ, ସଂଘର୍ଷର କାହାଣୀ ବିଷୟରେ ଅଧ୍ୟୟନ କରିବାକୁ ଲୋକଙ୍କ ଉତ୍ସାହ ବଢ଼ୁଛି। ସଞ୍ଜ ନଉଁ ନଉଁ ମହୋତ୍ସବରେ ଲୋକଙ୍କର ସୁଅ ଛୁଟିବା ଆରମ୍ଭ ହୋଇଯାଉଛି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button