Japan 4-1: ଭାରତ ଷଷ୍ଠ ଥର ବିଜେତା: ଜାପାନକୁ ୪-୧ରେ ହରାଇଲା
ଭାରତ ପୁଣି ଥରେ ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି। ନାଟକୀୟ ଫାଇନାଲ୍ରେ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରି ଷଷ୍ଠ ଥର ପାଇଁ ଏହି ମୁକୁଟ ପିନ୍ଧିଛି। ଗୁରୁବାର ଆୟୋଜକ ଭାରତ....

ମୋହାଲି: ଭାରତ ପୁଣି ଥରେ ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି। ନାଟକୀୟ ଫାଇନାଲ୍ରେ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରି ଷଷ୍ଠ ଥର ପାଇଁ ଏହି ମୁକୁଟ ପିନ୍ଧିଛି। ଗୁରୁବାର ଆୟୋଜକ ଭାରତ କିନ୍ତୁ ଜାପାନଠାରୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଥିଲା। ଦ୍ବିତୀୟ ମିନିଟ୍ରେ ମାତସୁମୋଟୋ କାଜୁମାସା ହଠାତ୍ ଏକ ଫିଲ୍ଡ ଗୋଲ୍ କରି ଜାପାନକୁ ୧-୦ରେ ଅଗ୍ରଣୀ କରିଥିଲେ।
ତୃତୀୟ କ୍ବାର୍ଟର ପର୍ଯ୍ୟନ୍ତ ଜାପାନ ଏହି ଅଗ୍ରଣୀ ବଜାୟ ରଖିଥିଲା। କିନ୍ତୁ ୪୧ତମ ମିନିଟ୍ରେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଏକ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଅମଳ କରି ସ୍ଥିତି ୧-୧ କରି ନେଇଥିଲେ। ଚତୁର୍ଥ କ୍ବାର୍ଟରରେ ଭାରତୀୟ ଦଳ ଘନ ଘନ ଆକ୍ରମଣ କରି ଜାପାନ ଉପରେ ଚାପ ସୃଷ୍ଟି କରିବା ସହ ଲଗାତାର ୩ ଗୋଲ୍ ଲଦି ଦେଇଥିଲା। ୪୭ତମ ମିନିଟ୍ରେ ଦିଲପ୍ରୀତ୍ ସିଂହ ଭାରତକୁ ୨-୧ରେ ଆଗୁଆ କରିଥିଲେ। ଏହା ପରେ ଯୁଗରାଜ ସିଂହ (୫୨ତମ ମିନିଟ୍) ଓ ବିବେକ ସାଗର ପ୍ରସାଦ (୫୩ତମ ମିନିଟ୍)ଙ୍କ ଗୋଲ୍ରେ ଭାରତ ସ୍ମରଣୀୟ ବିଜୟ ପାଇଥିଲା। ରୋଚକ କଥା ହେଉଛି ଲିଗ୍ ପର୍ଯ୍ୟାୟରେ ବି ଭାରତ ସେହି ୪-୧ ଗୋଲ୍ରେ ଜାପାନକୁ ହରାଇଥିଲା।
ସୌଜନ୍ୟ ସମ୍ବାଦ




