ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମାର୍ଚ୍ଚ ୫ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା, ୬ ରେ ଯାଞ୍ଚ । ମାର୍ଚ୍ଚ ୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ, ୧୬ରେ ନିର୍ବାଚନ । ଓଡ଼ିଶା ସମେତ ୧୦ ରାଜ୍ୟର ୩୭ ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।

ଭୁବନେଶ୍ୱର ୨୬/୦୨: ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।
ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି ।
ରାଜ୍ୟସଭା ରେସ୍ରେ ଥିବା ଚେହେରାଙ୍କୁ ନେଇ ଏପଟେ ଚର୍ଚ୍ଚା ଜୋର୍, ସେପଟେ ୩ ପ୍ରମୁଖ ଦଳକୁ ଘାରିଛି ବିଭାଜନ ଭୟ । ଅନ୍ତର୍କନ୍ଦଳରେ ଘାରି ହେଉଥିବା ବିଜେଡି ଓ କଂଗ୍ରେସ ହୁଅନ୍ତୁ ଅବା ତୃଣମୂଳରେ ସଂଗଠନ ସଜାଡ଼ି ପାରୁନଥିବା ବିଜେପି, ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ୩ଟି ଯାକ ଦଳ ନିଜର ପ୍ରାର୍ଥୀ ନିଷ୍ପତ୍ତିକୁ ନେଇ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି ।
ଗୋଟିଏ ପଟେ ରାଜ୍ୟସଭା ଚତୁର୍ଥ ଆସନକୁ ନେଇ ସରଗରମ ଚର୍ଚ୍ଚା ହେଉଥିବା ବେଳେ, ଅନ୍ୟପଟେ ଦଳ ଭିତରେ ବି ଚାଲିଛି ଛକାପଞ୍ଜା । ପାର୍ଟି ହାଇକମାଣ୍ଡଙ୍କ ଶୁଭଦୃଷ୍ଟି କାହା ଉପରେ ପଡ଼ିବ ଏବଂ କିଏ ଆସନ ହାତେଇବ, ତାକୁ ନେଇ ଚାଲିଛି ରିତିମତ କସରତ । ନିଜର ସମର୍ଥକଙ୍କ ସହ ଲବିରେ ମାତିଛନ୍ତି ସମସ୍ତ ଆଶାୟୀ ।
ସୌଜନ୍ୟ Prameya News7




