ରାଶିଫଳ

ମାର୍ଚ୍ଚ ୧୯ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ–ମନ ଅଳ୍ପ ଅଶାନ୍ତ ରହିପାରେ ଏବଂ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ହେବ। କାମରେ ଧୀର ଅଗ୍ରଗତି ହେବାର ସମ୍ଭାବନା ଅଛି। ଅର୍ଥ ନେଇ ସାବଧାନ ରହିବା ଉଚିତ୍। ପରିବାରରେ କିଛି ଛୋଟ ମନୋମାଳିନ୍ୟ ହୋଇପାରେ। ଭଗବାନଙ୍କ ନାମ ସ୍ମରଣ କଲେ ଶାନ୍ତି ମିଳିବ।

ବୃଷ– ଆପଣଙ୍କ ପାଇଁ ଲାଭଦାୟକ ଦିନ ରହିବ। ନୂତନ ସୁଯୋଗ ଆସିପାରେ ଯାହା ଭବିଷ୍ୟତରେ ଲାଭ ଦେବ। ମିତ୍ରମାନଙ୍କ ସହଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରରେ ଖୁସିର ପରିବେଶ ରହିବ ।

ମିଥୁନ–କାମରେ ଅଧିକ ଚାପ ରହିପାରେ। ଧୈର୍ଯ୍ୟ ରଖି କାମ କଲେ ସଫଳତା ମିଳିବ। ଅର୍ଥ ଆଗମନ ସାଧାରଣ ରହିବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ପରିବାରର ସମର୍ଥନ ଆପଣଙ୍କୁ ଶକ୍ତି ଦେବ।

କର୍କଟ– ଭାଗ୍ୟ ସହଯୋଗ କରିବ। ଶିକ୍ଷା ଓ ଧାର୍ମିକ କାମରେ ରୁଚି ବଢ଼ିବ। ଆଶା କରୁଥିବା ଧନ ଲାଭ ହେବାର ସମ୍ଭାବନା ଅଛି। ଯାତ୍ରା କରିବାକୁ ପଡ଼ିପାରେ । ମନ ଖୁସି ଓ ସନ୍ତୋଷରେ ରହିବ ।

ସିଂହ– ସାବଧାନ ରହିବା ଦରକାର। ଆକସ୍ମିକ ସମସ୍ୟା ଆସିପାରେ। ଅର୍ଥ ବ୍ୟୟ ବଢ଼ିପାରେ। କାମରେ ବିଳମ୍ବ ହେବାର ସମ୍ଭାବନା ଅଛି। ଶାନ୍ତ ମନରେ ନିଷ୍ପତ୍ତି ନିଅନ୍ତୁ।

କନ୍ୟା– ସମ୍ପର୍କ ଓ ସହଯୋଗରେ ଲାଭ ମିଳିବ। ବ୍ୟବସାୟରେ ନୂତନ ଚୁକ୍ତି ହୋଇପାରେ। ବିବାହିତ ଜୀବନ ଭଲ ରହିବ। କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ସାଧାରଣ ରହିବ।

ତୁଳା– ଶତ୍ରୁ ଉପରେ ବିଜୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ଭଲ ପରିଣାମ ମିଳିପାରେ। ଅର୍ଥ ଲାଭ ହେବ। ସ୍ୱାସ୍ଥ୍ୟ ନେଇ ଅଳ୍ପ ସାବଧାନ ରହନ୍ତୁ।ଦିନଟି ସାଧାରଣ ଭାବେ କଟିବ।

ବିଛା– ମନୋରଞ୍ଜନ ଓ ସୃଜନଶୀଳ କାମରେ ରୁଚି ବଢ଼ିବ। ଶିକ୍ଷାର୍ଥୀଙ୍କ ପାଇଁ ଭଲ ଦିନ। ପ୍ରେମ ସମ୍ପର୍କ ମଜଭୁତ ହେବ । ଅର୍ଥ ଲାଭ ମିଳିପାରେ । ପରିବାରରେ ଖୁସି ରହିବ।

ଧନୁ– ଘରୋଇ କାମରେ ବ୍ୟସ୍ତ ରହିବେ। ପରିବାରରେ କିଛି ଦାୟିତ୍ୱ ବଢିପାରେ। ଅର୍ଥ ବ୍ୟୟ ହେବାର ସମ୍ଭାବନା ଅଛି । ମନ ଅଳ୍ପ ଚିନ୍ତିତ ରହିପାରେ। ଶାନ୍ତ ରହିବା ଭଲ।

ମକର– ସଂଯୋଗ ଓ ଯାତ୍ରାରେ ଲାଭ ମିଳିବ। କାମରେ ସଫଳତା ମିଳିପାରେ । ଭାଇ-ଭଉଣୀଙ୍କ ସହଯୋଗ ମିଳିବ । ଛୋଟ ଲାଭ ଆସିପାରେ । ମନ ଖୁସି ରହିବ ।

କୁମ୍ଭ– ଅର୍ଥ ସମ୍ପର୍କିତ କାମରେ ସଫଳତା ମିଳିବ। ଆୟ ବଢ଼ିବାର ସମ୍ଭାବନା ଅଛି । ପରିବାରରେ ସୁଖ ରହିବ । ଖାଦ୍ୟ ଓ ସ୍ୱାସ୍ଥ୍ୟ ନେଇ ଧ୍ୟାନ ଦିଅନ୍ତୁ । ଦିନଟି ଶୁଭ ରହିବ ।

ମୀନ– ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ । ନୂତନ କାମ ଆରମ୍ଭ କରିପାରନ୍ତି । ସମ୍ମାନ ଓ ପ୍ରଶଂସା ମିଳିବ । ଅର୍ଥ ଲାଭ ହେବାର ସମ୍ଭାବନା ଅଛି । ମନ ଶାନ୍ତ ଓ ସନ୍ତୁଷ୍ଟ ରହିବ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button