ରାଶିଫଳ

ମାର୍ଚ୍ଚ ୨୪ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– କାମରେ ଆଗ୍ରହ ବଢ଼ିବ ଓ ନୂତନ ସୁଯୋଗ ମିଳିବ। ବନ୍ଧୁମାନଙ୍କ ସହଯୋଗ ଲାଭ ହେବ। ଧନଲାଭର ସମ୍ଭାବନା ରହିଛି କିନ୍ତୁ ଖର୍ଚ୍ଚ ବି ବଢ଼ିପାରେ। ପରିବାରରେ ଖୁସିମୟ ପରିବେଶ ରହିବ। ସ୍ୱାସ୍ଥ୍ୟରେ ସାଧାରଣ ସାବଧାନତା ଆବଶ୍ୟକ।

ବୃଷ– କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ୱ ଆସିପାରେ। ଧନ ନେଇ ଚିନ୍ତା କମିବ ଓ ଆୟ ବୃଦ୍ଧି ହେବ। ପରିବାରରେ ସାମାନ୍ୟ ମତଭେଦ ହେବାର ସମ୍ଭାବନା ରହିଛି। ଯାତ୍ରାରେ ଲାଭ ମିଳିପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ମିଥୁନ– ମନ ଧାର୍ମିକ କାର୍ଯ୍ୟରେ ଲାଗିବ। ଶିକ୍ଷା ଓ ପରୀକ୍ଷାରେ ସଫଳତା ମିଳିବ। କାର୍ଯ୍ୟରେ ନୂତନ ଯୋଜନା ଆରମ୍ଭ କରିପାରିବେ। ଧନ ଲାଭ ହେବାର ସୁଯୋଗ ଅଛି। ପରିବାର ସହ ସମୟ କାଟିବେ।

କର୍କଟ– ଚିନ୍ତା ଓ ଚାପ ରହିପାରେ। ଅଚାନକ ଖର୍ଚ୍ଚ ବଢ଼ିପାରେ। କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ଅଛି। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ସିଂହ– ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ବ୍ୟବସାୟରେ ଲାଭ ହେବାର ଯୋଗ ରହିଛି। ନୂତନ ଚୁକ୍ତି କିମ୍ବା ସମ୍ପର୍କ ହୋଇପାରେ। ମିତ୍ରମାନଙ୍କ ସହ ସମୟ କାଟିବେ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା– ଶତ୍ରୁମାନଙ୍କ ଉପରେ ଜୟ ମିଳିବ। କାମରେ ସଫଳତା ଆସିବ। ଧନ ଲାଭ ଓ ଆର୍ଥିକ ସ୍ଥିତି ଭଲ ହେବ। ପରିବାରରେ ଖୁସି ରହିବ। ସ୍ୱାସ୍ଥ୍ୟରେ ଅଲ୍ପ ସମସ୍ୟା ହେବାର ସମ୍ଭାବନା ଅଛି।

ତୁଳା– ପ୍ରେମ ସମ୍ପର୍କରେ ସଫଳତା ମିଳିବ। ଶିକ୍ଷାରେ ଉନ୍ନତି ହେବ। ନୂତନ କାମ ଆରମ୍ଭ କରିପାରିବେ। ସନ୍ତାନ ସମ୍ବନ୍ଧୀୟ ଖୁସି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା– ଘରୋଇ କାମରେ ବ୍ୟସ୍ତ ରହିବେ। ପରିବାରରେ ସୁଖ ଶାନ୍ତି ରହିବ। ଜମି ଓ ଯାନ ସମ୍ବନ୍ଧୀୟ ଲାଭ ହେବ। କାର୍ଯ୍ୟରେ ସ୍ଥିରତା ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ଧନୁ– ଆତ୍ମବିଶ୍ୱାସ ବଢ଼ିବ। ଛୋଟ ଯାତ୍ରାର ସୁଯୋଗ ମିଳିପାରେ। କାର୍ଯ୍ୟରେ ସଫଳତା ମିଳିବ। ଭାଇ-ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ମକର– ଧନଲାଭ ହେବାର ସମ୍ଭାବନା ରହିଛି। ପରିବାରରେ ସୁଖ ଓ ସମ୍ମାନ ବଢ଼ିବ। କାର୍ଯ୍ୟରେ ନୂତନ ସୁଯୋଗ ମିଳିପାରେ। ଖାଦ୍ୟ ପାନୀୟରେ ସାବଧାନ ରହନ୍ତୁ। ସ୍ୱାସ୍ଥ୍ୟ ସାଧାରଣ ରହିବ।

କୁମ୍ଭ– ପ୍ରତିଷ୍ଠା ବଢ଼ିବ । କାର୍ଯ୍ୟରେ ଉନ୍ନତି ହେବ। ଧନ ଓ ସମ୍ମାନ ଲାଭ ହେବ। ପରିବାରର ସହଯୋଗ ମିଳିବ।ସ୍ୱାସ୍ଥ୍ୟ ଭଲ ରହିବ।

ମୀନ– ଖର୍ଚ୍ଚ ବଢ଼ିପାରେ ଓ ଚିନ୍ତା ରହିପାରେ।ବିଦେଶ ସମ୍ବନ୍ଧୀୟ କାମରେ ଲାଭ ମିଳିପାରେ। କାର୍ଯ୍ୟରେ ଧୈର୍ଯ୍ୟ ଧରନ୍ତୁ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ସତର୍କ ରହନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button