ରାଶିଫଳ

ମାର୍ଚ୍ଚ ୨୬ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ଆର୍ଥିକ କାର୍ଯ୍ୟରେ ସାବଧାନ ରହିବା ଦରକାର ଏବଂ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କାମ କ୍ଷେତ୍ରରେ ଛୋଟ ବାଧା ଆସିପାରେ କିନ୍ତୁ ଧୈର୍ଯ୍ୟ ରଖିଲେ ସମସ୍ୟା ଦୂର ହେବ। ପରିବାରର ସହଯୋଗ ମିଳିବ ଓ ମନ ଶାନ୍ତ ରହିବ। ସ୍ୱାସ୍ଥ୍ୟ ପାଇଁ ନିୟମିତ ଖାଦ୍ୟ ଓ ବିଶ୍ରାମ ଆବଶ୍ୟକ। ଅନ୍ୟଙ୍କ କଥାରେ ପଡ଼ି ବିବାଦରେ ନପଡ଼ନ୍ତୁ।

ବୃଷଆତ୍ମବିଶ୍ୱାସ ବଢ଼ିବ ଓ କାମରେ ଭଲ ସଫଳତା ମିଳିପାରେ। ଧନ ଲାଭର ସୁଯୋଗ ଆସିପାରେ ଏବଂ ପୁରୁଣା ଦେୟ ଫେରସ୍ତ ମିଳିବ। ପରିବାରରେ ଖୁସିର ପରିବେଶ ରହିବ ଓ ସମ୍ପର୍କ ମଜଭୁତ ହେବ। ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ଖାଦ୍ୟରେ ସଂଯମ ରଖନ୍ତୁ। ନୂଆ ଯୋଜନା ଆରମ୍ଭ ପାଇଁ ଦିନଟି ଉପଯୁକ୍ତ।

ମିଥୁନ– ମନ ଚଞ୍ଚଳ ରହିପାରେ ଓ ନିଷ୍ପତ୍ତି ନେବାରେ ଅସୁବିଧା ହେବ। ଆର୍ଥିକ ଅବସ୍ଥା ସାଧାରଣ ରହିବ କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିପାରେ। ପରିବାରରେ ସମୟ ଦେଲେ ଶାନ୍ତି ମିଳିବ। ଯାତ୍ରା କିମ୍ବା ଯାନଚାଳନାରେ ସତର୍କ ରହନ୍ତୁ।

କର୍କଟ– ଧନ ଲାଭର ସୁଯୋଗ ମିଳିପାରେ ଓ ଆୟ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସମ୍ମାନ ବଢ଼ିବ ଓ ଉପରିସ୍ଥଙ୍କ ସହଯୋଗ ମିଳିବ। ପରିବାରରେ ସମ୍ମିଳନ ଓ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ରହିବ ଓ ମନ ଉତ୍ସାହିତ ରହିବ। ପୁରୁଣା ଯୋଜନା ସଫଳ ହେବାର ସମ୍ଭାବନା ଅଛି।

ସିଂହ– କାମରେ ଅଧିକ ଦାୟିତ୍ୱ ଆସିପାରେ ଓ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଉପରିସ୍ଥଙ୍କ ସହଯୋଗ ମିଳିବ କିନ୍ତୁ ନିଷ୍ପତ୍ତି ଭାବିଚିନ୍ତି ନେବା ଦରକାର। ଧନ ସମ୍ପର୍କିତ କାର୍ଯ୍ୟରେ ସାବଧାନ ରହନ୍ତୁ। ପରିବାରରେ ମଧୁର ସମ୍ପର୍କ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ ତେଣୁ ବିଶ୍ରାମ ଆବଶ୍ୟକ।

କନ୍ୟା– ଭାଗ୍ୟର ସହଯୋଗ ମିଳିବ ଓ ଆପଣଙ୍କ କାମ ସହଜରେ ସଫଳ ହେବ। ଶିକ୍ଷା ଓ ଜ୍ଞାନରେ ରୁଚି ବଢ଼ିବ ଓ ନୂଆ କିଛି ଶିଖିବାର ଇଚ୍ଛା ଜାଗ୍ରୁତ ହେବ। ଧନ ଲାଭର ସମ୍ଭାବନା ଅଛି। ପରିବାରରେ ଶାନ୍ତି ଓ ସମ୍ମିଳନ ରହିବ। ଧାର୍ମିକ କାମରେ ମନ ଲାଗିବ ଓ ମନଶାନ୍ତି ମିଳିବ।

ତୁଳା– ଅନାପେକ୍ଷିତ ଘଟଣା ଘଟିପାରେ ଯାହା ଆପଣଙ୍କୁ ଚିନ୍ତିତ କରିପାରେ। କାମରେ ଧୈର୍ଯ୍ୟ ରଖିବା ଆବଶ୍ୟକ। ଆର୍ଥିକ ପ୍ରସଙ୍ଗରେ ସତର୍କ ରହନ୍ତୁ ଓ ବ୍ୟୟ ନିୟନ୍ତ୍ରଣ କରନ୍ତୁ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବେ ନାହିଁ।

ବିଛା– ଦାମ୍ପତ୍ୟ ଓ ସମ୍ପର୍କରେ ମଧୁରତା ବଢ଼ିବ ଓ ସହଯୋଗ ମିଳିବ। ବ୍ୟବସାୟ କିମ୍ବା କାର୍ଯ୍ୟରେ ଭଲ ଫଳ ମିଳିପାରେ। ଧନ ଲାଭର ସୁଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ କିନ୍ତୁ ଅତ୍ୟଧିକ ଚିନ୍ତା ଦୂରେଇ ରଖନ୍ତୁ।

ଧନୁ– କାମରେ ପରିଶ୍ରମ ବଢ଼ିପାରେ ଓ ଦିନଟି ବ୍ୟସ୍ତ ରହିବ। ସହକର୍ମୀଙ୍କ ସହଯୋଗ ମିଳିବ ଓ କାମ ସମାପ୍ତ ହେବ। ଧନ ସମ୍ପର୍କିତ ଅବସ୍ଥା ସାଧାରଣ ରହିବ। ପରିବାରରେ ଶାନ୍ତି ରହିବ। ସ୍ୱାସ୍ଥ୍ୟ ପାଇଁ ଅଧିକ ଶ୍ରମ ଓ ଚିନ୍ତାରୁ ଦୂରେଇ ରୁହନ୍ତୁ।

ମକର– ସୃଜନଶୀଳ କାମରେ ରୁଚି ବଢ଼ିବ ଓ ନୂଆ ଧାରଣା ଆସିପାରେ। ପ୍ରେମ ସମ୍ପର୍କରେ ସୁଖ ମିଳିବ ଓ ସମୟ ଭଲ କଟିବ। ଧନ ଲାଭର ସମ୍ଭାବନା ଅଛି। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ରହିବ ଓ ମନ ଖୁସି ରହିବ।

କୁମ୍ଭ– ପରିବାର ଓ ଘରୋଇ କାର୍ଯ୍ୟରେ ଧ୍ୟାନ ଦେବାକୁ ପଡ଼ିବ। କାମରେ କିଛି ବାଧା ଆସିପାରେ କିନ୍ତୁ ଧୈର୍ଯ୍ୟରେ ସମାଧାନ ହେବ। ଧନ ନେଇ ସତର୍କ ରହନ୍ତୁ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ।

ମୀନ– ଯୋଗାଯୋଗରେ ଲାଭ ମିଳିବ ଓ ନୂଆ ସମ୍ପର୍କ ଗଠିତ ହେବ। ଛୋଟ ଯାତ୍ରାର ସୁଯୋଗ ମିଳିପାରେ। କାମରେ ସଫଳତା ମିଳିବ ଓ ଆତ୍ମବିଶ୍ୱାସ ବଢ଼ିବ। ପରିବାରରେ ଖୁସି ରହିବ। ସ୍ୱାସ୍ଥ୍ୟ ଭଲ ରହିବ ଓ ଦିନଟି ସାର୍ଥକ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button