ଓଡିଶାଜିଲ୍ଲା

ଯାତ୍ରୀବାହୀ ବସ୍ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ତିନୋଟି ଗାଡ଼ି

ଭଦ୍ରକ ୧୭।୦୩ : ଯାତ୍ରୀବାହୀ ବସ୍‌ ଦୁର୍ଘଟଣା । ପଛକୁ ପଛ ପିଟି ହେଲା ୩ ଗାଡ଼ି । ଯେଉଁଥିରେ ପିକ୍‌ଅପ୍‌ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରିସଲପୁର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, କୋଲକାତାରୁ ଭୁବନେଶ୍ୱର ଆସୁଥିଲା ଏକ ଯାତ୍ରୀବାହୀ ବସ୍‌ । ଏହି ସମୟରେ ଏକ ଗାଡ଼ିକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ ଅନ୍ୟ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ବସ୍‌କୁ ପଛ ପଟୁ ଆଉ ଏକ ଗାଡ଼ି ଧକ୍କା ଦେଇଥିଲା । ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀମାନେ ଗୁରୁତର ହୋଇଥିଲେ । ଏହାପରେ ସମସ୍ତ ଆମ୍ବୁଲାନ୍ସ ସହାୟତାରେ ଉଦ୍ଧାର କରି ୪ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତିନି ଜଣ ଗୁରୁତର ଯାତ୍ରୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ପିକ୍ଅପ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି।ସେପଟେ ଦୁର୍ଘଟଣା ପରେ ବସ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ି ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଯାଇଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button