ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ପରମାଣୁ କଥାବାର୍ତ୍ତାର ଫଳାଫଳ ଉପରେ ସମଗ୍ର ବିଶ୍ବର ନଜର ରହିଛି। ଓମାନରେ ଚାଲିଥିବା ଆଲୋଚନା ବିଫଳ ହେଲେ ଆମେରିକା ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିପାରେ ବୋଲି ସଙ୍କେତ ଦେଇଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଇରାନ ନିଜର ପରମାଣୁ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ପାଇଁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିଛି। ସୂଚନାଯୋଗ୍ୟ, ମଧ୍ୟପ୍ରାଚ୍ୟରେ ଏବେ ଆମେରିକାର ବହୁତ ବଡ଼ ଓ ଶକ୍ତିଶାଳୀ ନୌସେନା ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି । ଏହି ପରିପ୍ରେକ୍ଷୀରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର ବିପଦ ମଧ୍ୟପ୍ରାଚ୍ୟରେ ଘନେଇବାରେ ଲାଗିଛି।

