Breaking
Gunman terrorizes: ଆହାର କେନ୍ଦ୍ରରେ ବନ୍ଧୁକଧାରୀର ଆତଙ୍କ
ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାର ଆହାର କେନ୍ଦ୍ରରେ ଆତଙ୍କ ଖେଳାଇଛି ଜଣେ ବନ୍ଧୁକଧାରୀ ଯୁବକ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉକ୍ତ ଯୁବକକୁ କାବୁ କରିନେଇଛି। ସୂଚନା ଅନୁସାରେ, ସୋର ଥାନା ଋଷୋ ଗ୍ରାମର ହେମନ୍ତ ସାହାଣୀ (୨୦) ଆଜି ମଧ୍ୟାହ୍ନରେ ସୋର...

ସୋର: ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାର ଆହାର କେନ୍ଦ୍ରରେ ଆତଙ୍କ ଖେଳାଇଛି ଜଣେ ବନ୍ଧୁକଧାରୀ ଯୁବକ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉକ୍ତ ଯୁବକକୁ କାବୁ କରିନେଇଛି। ସୂଚନା ଅନୁସାରେ, ସୋର ଥାନା ଋଷୋ ଗ୍ରାମର ହେମନ୍ତ ସାହାଣୀ (୨୦) ଆଜି ମଧ୍ୟାହ୍ନରେ ସୋର ଡାକ୍ତରଖାନାର ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିଲା। ତେବେ, ହେମନ୍ତଙ୍କ ପାଖରେ ଏକ ପିସ୍ତଲ ଥିବା ଦେଖି ଅନ୍ୟମାନେ ଛାନିଆ ହୋଇପଡ଼ିଥିଲେ।




