ଅପରାଧଜିଲ୍ଲା

ପ୍ରେମ-ପ୍ରତିଶ୍ରୁତି-ଧୋକ୍କା : ବିବାହ କରିବାକୁ କଥା ଦେଲେ, ଦେହ ସୁଖ ପରେ କହୁଛି ‘ଟଙ୍କା ନେଇ ସବୁ ଭୁଲିଯା…’

ପୁରୀ ୧୯।୦୫ : ଧୋକାବାଜ୍ ପ୍ରେମିକ । ପ୍ରେମିକାକୁ ହୋଟେଲରେ ଦୁଷ୍କର୍ମ କରିଥିବାର ଆସିଛି ଅଭିଯୋଗ । ଏନେଇ ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଗିରଫ ପ୍ରେମିକ ବ୍ରହ୍ମଗିରି ଥାନା ଅଞ୍ଚଳର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଯୁବକ ଜଣଙ୍କ ବ୍ରହ୍ମଗିରି ଅଞ୍ଚଳର ଜଣେ ଯୁବତୀଙ୍କ ସହ ୨୦୨୦ ମସିହା ଏପ୍ରିଲ ୧୧ରେ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ଜାରି ରହିଥିଲା । ଏପରିକି ଉଭୟେ ଜୀବନସାଥି ହେବେ ବୋଲି ନିଷ୍ପତ୍ତି ନେଇଥିଲେ । ୨୦୨୫ ମସିହା ନଭେମ୍ବର ମାସରେ ସନ୍ତୋଷ ପ୍ରେମିକାକୁ ପୁରୀ ବୁଲାଇ ଆଣି ସିଟିରୋଡ ସ୍ଥିତ ଏକ ହୋଟେଲରେ ରଖିଥିଲା। ବିବାହ କରିବା ଲାଗି ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା।

ଅନ୍ୟପକ୍ଷରେ ଯୁବକ ଜଣଙ୍କର ଅନ୍ୟ ଏକ ସ୍ଥାନରେ ବିବାହ ଠିକ୍ ହୋଇଥିବା ଶୁଣିଥିଲା ପ୍ରେମିକା । ଏହାକୁ ନେଇ ପାଟିତୁଣ୍ଡ ହେବା ପରେ ଉଭୟ ପରିବାର ପକ୍ଷରୁ ୨୦୨୫ ମସିହା ଡିସେମ୍ବର ୧ରେ ବ୍ରହ୍ମଗିରିର ଏକ ମନ୍ଦିରରେ ଆପୋଷ ସମାଧାନ ହୋଇଥିଲା । ଯୁବକ ଜଣଙ୍କ ବିବାହ କରିବାକୁ ମନା କରିବା ସହ କିଛି ଟଙ୍କା ଦେବ ବୋଲି କହିଥିଲା ।

ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରେମିକା ଡିସେମ୍ବର ୩ ତାରିଖ ଅପରାହ୍ଣରେ ଯୁବକଙ୍କ ଘରକୁ ଯାଇ ଦ୍ୱାର ସମ୍ମୁଖରେ ବିଷ ପିଇ ଦେଇଥିଲା । ସନ୍ତୋଷ ପ୍ରେମିକାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏନେଇ ଯୁବତୀ ଜଣଙ୍କ ଗତ ରବିବାର ରାତିରେ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଛି।

 

 

 

ସୌଜନ୍ୟ Prameya News7

Show More
Back to top button