ଓଡିଶାମହାନଗର

ରାଜ୍ୟ ବାହାରକୁ କାହିଁକି ଯାଇଛନ୍ତି ୮ ବିଧାୟକ, କାରଣ କହିଲେ ତାରା… ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ତାରା କହିଛନ୍ତି ବିଧାୟକମାନେ ନିଜ ଇଚ୍ଛାରେ ବୁଲିବାକୁ ଯାଇଛନ୍ତି। ସେମାନେ ଘୋଡ଼ା ବେପାର ପାଇଁ ନୁହେଁ କି କାହାକୁ ଡରି ଯାଇନାହାନ୍ତି। ଦୁଇଦିନ ପରେ ସେମାନେ ଫେରି ଆସିବେ ।

ସେପଟେ ବିଧାୟିକା ସୋଫିଆ ଫିର୍ଦ୍ଦେଶ କହିଛନ୍ତି, କିଛି ବିଧାୟକ ରାଜ୍ୟ ବାହାରକୁ ଯାଇଥିବା ଖବର ମିଡ଼ିଆରୁ ଜାଣିବାକୁ ପାଇଲି। ସେମାନେ କ’ଣ ପାଇଁ ଯାଇଛନ୍ତି ତାହା ମୁଁ ଜାଣି ନାହିଁ।

ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି ଭିତରେ ସବୁ ଦଳକୁ ବର୍ତ୍ତମାନ କ୍ରସ ଭୋଟିଂ ଭୟ ଘାରିଛି। ତେଣୁ ରାଜ୍ୟର ୩ ପ୍ରମୁଖ ଦଳ ନିଜ ବିଧାୟକମାନଙ୍କୁ ନେଇ ରାଜ୍ୟ ସଭା ନିର୍ବାଚନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରଖିବାକୁ ସ୍ଥିର କରିଛି। କଂଗ୍ରେସ ବିଧାୟକମାନଙ୍କୁ ନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଗୁରୁବାର ଦଳର ୮ ବିଧାୟକ ବିମାନ ଯୋଗେ ବେଙ୍ଗାଲୁରୁ ଗସ୍ତ କରିଛନ୍ତି। ମାତ୍ର ୬ କଂଗ୍ରେସ ବିଧାୟକ ଯଥା ରାମଚନ୍ଦ୍ର କାଡ଼ାମ, ତାରାପ୍ରସାଦ ବାହିନୀପତି, ସୋଫିଆ ଫିର୍ଦ୍ଦେଶ, ଦାସରଥି ଗମାଙ୍ଗ, ସାଗର ଦାସ ଏବଂ ରମେଶ ଜେନା ଗସ୍ତରେ ସାମିଲ ହୋଇନାହାନ୍ତି। ମିଳିଥିବା ସୂଚନା ମୁତାବକ, ଦାସରଥି ଏବଂ ରମେଶ ଯିବେ ବୋଲି କହି ଆଉ ଧରାଛୁଅଁା ଦେଇ ନ ଥିଲେ। ସୋଫିଆ ଯିବା ପାଇଁ ସିଧା ମନା କରିଥିଲେ। ନିକଟରେ ସାଗର ପିତା ହୋଇଥିବା କାରଣରୁ ଯାଇନାହାନ୍ତି। ତାରା ଏବଂ କାଡ଼ାମ ବିଧାନସଭାରେ ରହିବା ପାଇଁ ଗସ୍ତରେ ସାମିଲ ହୋଇ ନ ଥିବା ଜଣାପଡ଼ିଛି। ଭୋଟ ପୂର୍ବରୁ କଂଗ୍ରେସର ୬ ବିଧାୟକ ଗୋଠରେ ନ ରହିବା ରାଜ୍ୟ ନେତୃତ୍ୱଙ୍କ ଚିନ୍ତା ବଢ଼ିଯାଇଛି। ସେହିପରି ଭାଜପାର ସବୁ ବିଧାୟକ ଶନିବାରଠାରୁ ପାରାଦୀପ ସ୍ଥିତ ଏକ ଘରୋଇ ହୋଟେଲରେ ରହିବେ ବୋଲି ଜଣାପଡିଛି। ସୋମବାର ଭୋଟିଂ ପୂର୍ବରୁ ଆସି ଶାସକ ଦଳ ବିଧାୟକମାନେ ଭୁବନେଶ୍ୱରଠାରେ ପହଞ୍ଚିବେ ବୋଲି ଜଣାପଡିଛି।

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button