ଜାତୀୟ

ଲାଲକିଲା ବିସ୍ଫୋରଣ ମାମଲା, ୩ ଦିନିଆ NIA ହାଜତକୁ ଗଲେ ୫ ଅଭିଯୁକ୍ତ

ଦିଲ୍ଲୀ ଲାଲକିଲା ନିକଟରେ ହୋଇଥିବା କାର ବିସ୍ଫୋରଣ ମାମଲାରେ ୫ ଅଭିଯୁକ୍ତ ଡା.ଶାହିନ, ମୁଫ୍ତି ଇରଫାନ ଅହମଦ, ଜସିର ବିଲାଲ ୱାନୀ, ଡା.ଅଦିଲ ଅହମଦ ଓ ମୁଜ୍ଜମିଲଙ୍କୁ ପଟିଆଲା ହାଉସ କୋର୍ଟ ବୁଧବାର ୩ ଦିନିଆ ଜାତୀୟ ତଦନ୍ତ ଏଜେନ୍ସୀ (ଏନଆଇଏ) ହାଜତକୁ ପଠାଇ ଦେଇଛନ୍ତି।

ନୂଆଦିଲ୍ଲୀ ୧୪।୧: ଜାତୀୟ ରାଜଧାନୀ ଦିଲ୍ଲୀ ଲାଲକିଲା ନିକଟରେ ହୋଇଥିବା କାର ବିସ୍ଫୋରଣ ମାମଲାରେ ୫ ଅଭିଯୁକ୍ତ ଡା.ଶାହିନ, ମୁଫ୍ତି ଇରଫାନ ଅହମଦ, ଜସିର ବିଲାଲ ୱାନୀ, ଡା.ଅଦିଲ ଅହମଦ ଓ ମୁଜ୍ଜମିଲଙ୍କୁ ପଟିଆଲା ହାଉସ କୋର୍ଟ ବୁଧବାର ୩ ଦିନିଆ ଜାତୀୟ ତଦନ୍ତ ଏଜେନ୍ସୀ (ଏନଆଇଏ) ହାଜତକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ ଦିଲ୍ଲୀ କୋର୍ଟ ୟାସିର ଅହମଦ ଡାରକୁ ୧୧ ଦିନିଆ ହାଜତକୁ ପଠାଇଥିଲା।

ମୁଖ୍ୟ ଜିଲ୍ଲା ଦୌରାଜଜ ଅଞ୍ଜୁ ବଜାଜ ଚନ୍ଦନା ଡାରକୁ କୋର୍ଟରେ ହାଜର କରାଯିବା ପରେ ଜାନୁୟାରୀ ୧୬ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୬ ଡିସେମ୍ବର ୨୦୨୫ରେ କୋର୍ଟ ଡାରର ଏନଆଇଏ ହାଜତ ମିଆଦ ୧୦ ଦିନ ଲାଗି ବଢାଇ ଦେଇଥିଲେ। ଏନଆଇଏ ଡିସେମ୍ବର ୧୮ରେ ଡାରକୁ ଗିରଫ କରିଥିଲା, ଯିଏ ଏହି ମାମଲାର ନବମ ଅଭିଯୁକ୍ତ। ଏନଆଇଏ ଅନୁସାରେ ଜମ୍ମୁ-କାଶ୍ମୀର ବାସିନ୍ଦା ଡାର ଡା.ଉମର-ଉନ-ନବୀର ନିକଟତମ ସହଯୋଗୀ ଥିଲା।

ଉମର-ଉନ-ନବୀ ୧୦ ନଭେମ୍ବର ୨୦୨୫ ସନ୍ଧ୍ୟାରେ ବିସ୍ଫୋରକ ବୋଝେଇ କାରକୁ ଦିଲ୍ଲୀ ଲାଲକିଲା ନିକଟରେ ବିସ୍ଫୋରଣ କରିଥିଲା। ଏନଆଇଏ ଅନୁସାରେ ଏହି ବିସ୍ଫୋରଣ ଯୋଗୁ ନବୀ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ଏହି ମାମଲାରେ ଡାର ଉମର-ଉନ-ନବୀ ଓ ମୁଫ୍ତି ଇରଫାନ ସମେତ ଅନ୍ୟ ଅଭିଯୁକ୍ତଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଥିଲା ବୋଲି ସ୍ୱୀକାର କରିଛି।

ଡିସେମ୍ବର ୨୦୨୫ରେ ଦିଲ୍ଲୀର ଏକ କୋର୍ଟ ଲାଲ କିଲା ବିସ୍ଫୋରଣ ମାମଲାରେ ୭ ଅଭିଯୁକ୍ତଙ୍କ ବିଚାରବିଭାଗୀୟ ହାଜତ ମିଆଦ ୧୫ ଦିନ ବଢାଇ ଦେଇଥିଲେ। କୋର୍ଟ ଡା.ଅଦିଲ ରାଥର, ଡ.ମୁଜ୍ଜମିଲ ଗନାଇ, ଡା. ସାହୀନ ସଈଦ, ମୌଲବୀ ଇରଫାନ ଅହମଦ ଭାଗେ, ଜସିର ବିଲାଲ ୱାନୀ, ଆମୀର ରସିଦ ଅଲୀ ଓ ସୋୟବକୁ ଆଉ ୧୫ ଦିନ ନିମନ୍ତେ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button