ଜାତୀୟ

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ କରିଛନ୍ତି। ଏଥିପାଇଁ ସରକାର ସ୍ବତନ୍ତ୍ର ରେଳ ର଼୍ୟାକ ମାଧ୍ୟମରେ ଅଧିକ ଦର ଥିବା ସହରଗୁଡ଼ିକୁ ପିଆଜ ପଠାଉଛନ୍ତି। ଏହି ଅଭିଯାନର ନାମ ରଖାଯାଇଛି ‘କାନ୍ଦା ଏକ୍ସପ୍ରେସ’।

ଉପଭୋକ୍ତା ବ୍ୟାପାର ବିଭାଗର ସଚିବ ନିଧି ଖରେଙ୍କ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଦେଶର ୫ଟି ବଡ଼ ସହରକୁ ଏହି ପିଆଜ ପଠାଯାଉଛି। ଏଠାରେ ଗ୍ରାହକମାନଙ୍କୁ କିଲୋପ୍ରତି ୩୫ ଟଙ୍କା ଦରରେ ପିଆଜ ଯୋଗାଇ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ୫ଟି ସହର
‘କାନ୍ଦା ଏକ୍ସପ୍ରେସ’ର ପ୍ରଥମ ପର୍ଯ୍ୟାୟରେ ନିମ୍ନଲିଖିତ ସହରଗୁଡ଼ିକୁ ପିଆଜ ପଠାଯାଉଛି

ଦିଲ୍ଲୀ ଏବଂ ଏନ୍ସିଆର
ଚେନ୍ନାଇ
ମଦୁରାଇ
ଏର୍ଣ୍ଣାକୁଲମ/କୋଚି
ଗୁଆହାଟୀ

ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅନୁସାରେ, ଏହି ସହରଗୁଡ଼ିକରେ ପିଆଜର ଖୁଚୁରା ଦର ଜାତୀୟ ହାର ତୁଳନାରେ ଯଥେଷ୍ଟ ଅଧିକ ରହିଛି। ବର୍ତ୍ତମାନ ପଠାଯାଉଥିବା ପିଆଜ ରେଳ ର଼୍ୟାକ୍ଗୁଡ଼ିକ ୨୬ ଅଗଷ୍ଟ, ବୁଧବାର ସୁଦ୍ଧା ନିର୍ଦ୍ଧାରିତ ବଜାରରେ ପହଞ୍ଚିବା ଆଶା କରାଯାଉଛି।
ସରକାର କହିଛନ୍ତି ଯେ ବଜାରର ଚାହିଦା ଏବଂ ଦର ସ୍ଥିତିକୁ ଦେଖି ଏହି ତାଲିକାରେ ଆହୁରି ସହରକୁ ସାମିଲ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ କୋଲକାତା ଏବଂ ଲକ୍ଷ୍ନୌ ଭଳି ସହରକୁ ମଧ୍ୟ ରିଆୟତି ଦରରେ ପିଆଜ ଯୋଗାଇ ଦିଆଯାଇପାରେ।

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button