ଦେଶ ବିଦେଶ

ସାଇପ୍ରସ୍ ଉପକୂଳରେ ଡଙ୍ଗା ବୁଡ଼ି : ୭ ମୃତ, ୨୩ ନିଖୋଜ

ନିକୋସିଆ : ଉତ୍ତର ସାଇପ୍ରସ୍‌ର କିରେନିଆ ବନ୍ଦର ନିକଟସ୍ଥ ସମୁଦ୍ରରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡି ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩ଜଣ ନିଖୋ ହୋଇଛନ୍ତି। ୨୬୭ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଡଙ୍ଗାଟି କିରେନିଆରୁ ତୁର୍କୀର ମେରସିନ୍ ପ୍ରଦେଶ ଅଭିମୁଖେ ଯାତ୍ରା କରିଥିଲା। ଡଙ୍ଗାଟି ସମୁଦ୍ର କୂଳରୁ ପ୍ରାୟ ୨ରୁ ୪ ମାଇଲ୍ ଦୂର ଅତିକ୍ରମ କରିବା ପରେ ଏହା ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ କୋଷ୍ଟଗାର୍ଡ, ତୁର୍କୀ ସେନାର ଦୁଇଟି ହେଲିକପ୍ଟର, ଏକାଧିକ ଉଦ୍ଧାରକାରୀ ଡଙ୍ଗା ଏବଂ ନିକଟସ୍ଥ ବେସରକାରୀ ଜାହାଜ ଗୁଡ଼ିକ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଫଳରେ ୨୩୭ ଜଣଙ୍କର ଜୀବନ ରକ୍ଷା କରାଯାଇପାରିଛି। ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button