ଓଡିଶାମହାନଗର

ସିଗାରେଟ୍ ଯୋଗୁ ଅଢ଼େଇ ବର୍ଷ ପ୍ରେମରେ ଫାଟ, ଥାନାର ଦ୍ବାରସ୍ଥ ହେଲେ ଦମ୍ପତି

ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ। ପ୍ରେମୀଯୁଗଳ ଏହି ସପ୍ତାହକୁ ପାଳନ କରିବାରେ ପୂରା ମସଗୁଲ୍ । ହେଲେ ଭାଲେଣ୍ଟାଇନ୍ସ ଡେର ଗୋଟିଏ ଦିନ ପୂର୍ବରୁ ଏୟାରଫିଲ୍ଡ ଥାନାରେ ଦେଖିବାକୁ ମିଳିଛି ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା। କାରଣ ଅଢ଼େଇ ବର୍ଷ ପ୍ରେମରେ ସୃଷ୍ଟି ହୋଇଛି ଫାଟ। ଉଭୟ ପରସ୍ପର ଉପରେ ଦୋଷ ଲଦି ହୋଇଛନ୍ତି ଥାନାର ଦ୍ୱାରସ୍ଥ । ପ୍ରେମ ସପ୍ତାହରେ ରାଜଧାନୀର ଏହି ଘଟଣାକୁ ନେଇ ଚର୍ଚ୍ଚା।

ସୂଚନା ଅନୁସାରେ, ଗତ ଜାନୁଆରୀ ୨୦ ତାରିଖରେ ମହିଳା ଜଣକ ଜଣେ ନାଭି ଅଫିସରକୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଅଢ଼େଇ ବର୍ଷ ପ୍ରେମ ସମ୍ପର୍କ। ହେଲେ ବାହାଘରର ମାତ୍ର ୨୨ ଦିନ ପରେ ଶାଶୁ ଘର ଲୋକଙ୍କ ଯୌତୁକ ମୁଖା ସାମ୍ନାକୁ ଆସିଥିବା ଅଭିଯୋଗ କରିଛନ୍ତି ମହିଳା।

ଯୌତୁକ ନିର୍ଯ୍ୟାତନା ସହ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ଥାନାର ଦ୍ୱାରସ୍ତ ହୋଇଛନ୍ତି ମହିଳା। ତାଙ୍କ ଅଭିଯୋଗ ଅନୁଯାୟୀ ବାହାଘରର କିଛି ଦିନ ପରେ, ହଠାତ ସିଗାରେଟ ଟାଣିବାକୁ ନେଇ ପରିବାରରେ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ I ଯାହାକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ପରେ ପରିବାର ଲୋକେ ହସ୍ତକ୍ଷେପ କରିଥିଲେ I କିନ୍ତୁ କଥା ଭଲ ହେବା ପରିବର୍ତ୍ତେ ବିଗିଡ଼ି ଥିଲା।

ତା’ପରେ ଏହି ଘଟଣା ପହଞ୍ଚିଥିଲା ଏୟାରଫିଲ୍ଡ ଥାନାରେI ଦିଲ୍ଲୀର ଏହି ମହିଳା ଜଣକ ନିଜର ସମସ୍ତ ଜିନିଷ ପତ୍ର ଓ ଲଗେଜ ସହ ପହଂଚିଥିଲେ ଥାନାରେ I ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଉଥିଲେ I ଘରୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ I ଏପରିକି ମାଡ଼ ମାରି ଘରୁ ବାହାର କରିଦେବା ଅଭିଯୋଗ ଆଣିଛନ୍ତି। ସେ ନ୍ୟାୟ ପାଇଁ ଦିଲ୍ଲୀରେ ଅଭିଯୋଗ କରିବେ ବୋଲି କହିଛନ୍ତି ନବ ବିବାହିତ ମହିଳା ଜଣକ I

ସେପଟେ ନାଭି ଅଫିସର ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି ପତ୍ନୀଙ୍କ ନାଁରେ। ଅଢେଇ ବର୍ଷ ହେବ ଜାଣିବା ପରେ, ପ୍ରେମ ବିବାହ କରିଥିଲେ I କିନ୍ତୁ ବାହା ଘର ପରେ ସେ ବଦଳି ଗଲେ। କ୍ରମାଗତ ଘରକୁ ସିଗାରେଟ ଟାଣି ଆସିବା ସହ ଘର ଭିତରେ ସିଗାରେଟ ଟାଣିଲେ I ବରମ୍ବାର ବୁଝେଇବା ସତ୍ୱେ, ସେ ମାନି ନଥିଲେ ଓଲଟା ମୋତେ ଓ ମୋ ମାଆଙ୍କୁ ମାଡ଼ ମାରିଥିଲେ I ସେ ପୂର୍ବରୁ ବିବାହିତ ଥିଲେ, ଏମିତି କି ମହିଳାଙ୍କୁ ବିବାହ କରି ମୁଁ ଫସି ଯାଇଛି l ଏମାନଙ୍କ କାମ ପ୍ରେମରେ ଫାସାଇ ବାହା ହେବେ ତା ପରେ ମିଛ କଥା କହି ଟଙ୍କା ଆଦାୟ କରିବେ।

କିଏ ସତ କହୁଛନ୍ତି କିଏ ମିଛ, ସେ କଥା ତ ସମୟ କହିବ। ସଂପର୍କ ଆଜିକାଲି ଯେମିତି ସୂତାର ଖିଅ ପରି। ଚିକିଏ ଗଡବଡ୍ ହେଲେ ଭାଙ୍ଗି ଯାଉଛି ସଂପର୍କ। ଥରେ ଭାବିଲେ ଇଏ କଣ ପ୍ରକୃତ ପ୍ରେମ ନା ସଂପର୍କରେ ବୁଝାମଣାର ଅଭାବ। ଏ ପ୍ରଶ୍ନ ଆମ ସମସ୍ତଙ୍କ ପାଇଁ। ଉତ୍ତର ଆପଣଙ୍କ ପାଖରେ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button