ମହାନଗରରାଜ୍ୟ

ସୀମା ଟପିଲା ବର୍ବରତା, ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ !

ଭୁବନେଶ୍ବର: ସୀମା ଟପିଲା ବର୍ବରତା। ଯୁବତୀଙ୍କୁ ଅସଦାଚାରଣ ଅଭିଯୋଗରେ ଯୁବକଙ୍କୁ ପିଟିପିଟି ମାରି ଦେଲେ ଲୋକେ। ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ନିକଟରେ। ମୃତ ଯୁବକ ଓଲଟପୁର ଥାନା ମଉଜପୁର ଗାଁର ସୌମ୍ୟ ରଞ୍ଜନ ସ୍ଵାଇଁ। ସୌମ୍ୟ ରଞ୍ଜନ GRPରେ କାର୍ଯ୍ୟରତ ଥିଲେ।

ମିଳିଥିବା ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅଞ୍ଚଳର ୨ ଜଣ ଯୁବତୀ ଏକ ସ୍କୁଟିରେ ଭିଙ୍ଗାରପୁର ଯାଉଥିଲେ। ଏହି ସମୟରେ ସୌମ୍ୟ ରଞ୍ଜନ ଏବଂ ତାଙ୍କର ଜଣେ ସହଯୋଗୀ ଓମ ପ୍ରକାଶ ଏକ ବାଇକରେ ଆସି ୨ ଯୁବତୀଙ୍କୁ ଆକ୍ରମଣ ସହ ଅସଦାଚାରଣ କରିଥିଲେ। ଏମିତିରେ ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।

ବଡ଼ କଥା ହେଲା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ପୋଲିସ ଆଗରେ ଅତ୍ୟନ୍ତ ଅମାନୁଷିକ ଭାବରେ ଲୋକେ ପିଟିଥିବା ଅଭିଯୋଗ ହୋଇଛି। ତେବେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ଏକଥାକୁ ଅଗ୍ରାହ୍ୟ କରିଛନ୍ତି। ସେ କହିଛନ୍ତି ପୋଲିସ ଉପସ୍ଥିତିରେ ମାଡ଼ ମରାଯାଇନାହିଁ। ପିସିଆର ଯୁବକଙ୍କୁ ଉଦ୍ଧାର କରିଥିଲେ। ସେ ଆହୁରି କହିଛନ୍ତି, ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ଏହି ଘଟଣାରେ ତିନୋଟି ପକ୍ଷ ଅଛନ୍ତି । ଦୁଇଟି ଝିଅ ଯେଉଁମାନେ ସ୍କୁଟିରେ ଥିଲେ।  ଦୁଇ ଜଣ ପୁଅ ଯିଏ ବାଇକରେ ଥିଲେ ଏବଂ ସ୍ଥାନୀୟ ଲୋକ। ମୃତକଙ୍କ ସହିତ ଥିବା ଯୁବକଙ୍କୁ ରଖି ପଚାର ଉଚରା କରୁଛୁ। ଯୁବତୀ ମୃତକଙ୍କ ନାମରେ  ଏଫଆରରେ ବଳତ୍କାର ଉଦମ୍ୟ ଆଣିଥିବା ଅଭିଯୋଗ କରିଛନ୍ତି। ଭିଡିଓ ଜରିଆରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି। ଏନେଇ ଜିଆରପିର ଉଚ୍ଚ ପଦାଧିକାରୀଙ୍କୁ ସୂଚିତ କରାଯାଇଛି।

ତେବେ ବାଲିଅନ୍ତା ଥାନା ପୋଲିସ ୨ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ କରିଥିଲେ। ହେଲେ ସେଠାରେ ଡାକ୍ତର ସୌମ୍ୟଙ୍କୁ ମୃତ ଘୋଷଣା କରିଛନ୍ତି। ଲୋକେ ଏହି ଘଟଣାରେ ଆଇନକୁ ହାତକୁ ନେଇଛନ୍ତି । ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

 

 

 

ସୌଜନ୍ୟ Prameya News7

Show More
Back to top button