ବାଣିଜ୍ୟ

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ପ୍ରାୟ ୪% ହ୍ରାସ ପାଇଥିବା ବେଳେ ରୁପା ଦରରେ ପ୍ରାୟ ୧୦% ର ବଡ଼ ଅବନତି ଦେଖିବାକୁ ମିଳିଛି।

ଭାରତର ପ୍ରମୁଖ ସହରଗୁଡ଼ିକରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ଅଲଗା ଅଲଗା ରହିଛି। ଦିଲ୍ଲୀରେ ୧,୫୨,୦୪୦ ଟଙ୍କା, ମୁମ୍ବାଇରେ ୧,୫୨,୩୦୦ ଟଙ୍କା, କୋଲକାତା ୧,୫୨,୧୦୦ ଟଙ୍କା, ଚେନ୍ନାଇ: ୧,୫୨,୭୪୦ ଟଙ୍କା, ବେଙ୍ଗାଲୁରୁ: ୧,୫୨,୪୨୦ ଟଙ୍କା ଏବଂ ହାଇଦ୍ରାବାଦରେ ୧,୫୨,୫୪୦ ଟଙ୍କା ରହିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧,୫୫,୭୮୦ ଟଙ୍କା ରହିଛି। ଦକ୍ଷିଣ ଭାରତୀୟ ବଜାରରେ ବିଶେଷ କରି ଚେନ୍ନାଇରେ ସୁନା ଦର ସର୍ବାଧିକ ରହିଛି।

ସେହିପରି ରୁପା ମୂଲ୍ୟରେ ମଧ୍ୟ ବଡ଼ ହ୍ରାସ ଘଟିଛି। ବିଭିନ୍ନ ସହରରେ ରୁପା ମଧ୍ୟ ଅଲଗା ଅଲଗା ରହିଛି। ମୁମ୍ବାଇରେ ୨,୩୭,୬୭୦ ଟଙ୍କା, ଦିଲ୍ଲୀରେ ୨,୩୭,୨୬୦ ଟଙ୍କା, ଚେନ୍ନାଇ: ୨,୩୮,୩୬୦ ଟଙ୍କା, ହାଇଦ୍ରାବାଦ: ୨,୩୮,୦୫୦ ଟଙ୍କା, ବେଙ୍ଗାଲୁରୁ: ୨,୩୭,୮୬୦ ଟଙ୍କା ଏବଂ ଭୁବନେଶ୍ୱରରେ ୨,୮୦,୦୦୦ ଟଙ୍କା ରହିଛି।

ଆନ୍ତର୍ଜାତୀୟ ବଜାରରେ ବିକ୍ରି ପ୍ରକ୍ରିୟା ଜୋରଦାର ହେବା ଯୋଗୁଁ ସୁନା ଓ ରୁପା ମୂଲ୍ୟ ପ୍ରଭାବିତ ହୋଇଛି। ସିଙ୍ଗାପୁର ବଜାରରେ ସ୍ପଟ୍ ଗୋଲ୍ଡ ସାମାନ୍ୟ ସ୍ଥିର ଥିଲେ ହେଁ ଘରୋଇ ବଜାରରେ ଏହାର ପ୍ରଭାବ ବେଶ୍ ଅଧିକ ରହିଛି। ଗୁରୁବାର ତୁଳନାରେ ଶୁକ୍ରବାର ସୁନା ୭,୦୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ଏମସିଏକ୍ସରେ ଏପ୍ରିଲ୍ କଣ୍ଟ୍ରାକ୍ଟ ଅନୁଯାୟୀ ସୁନା ୧,୫୨,୩୦୦ ଟଙ୍କାକୁ ଖସି ଆସିଛି।

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button