ଓଡିଶାମହାନଗର

ସୋଆ ଆଇବିସିଏସ୍ ପକ୍ଷରୁ କନଭର୍ଜେନ୍ସ -୨୦୨୬ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ୍) ପକ୍ଷରୁ ଗତ ମାର୍ଚ୍ଚ ୨୪ ଏବଂ ୨୫ ଦୁଇ ଦିନ ଧରି ବାର୍ଷିକ ଉତ୍ସବ ‘କନଭର୍ଜେନ୍ସ-୨୦୨୬’ ଆୟୋଜିତ ହୋଇଯାଇଥିବା ବେଳେ ଭୁବନେଶ୍ୱରର ୧୪ଟି ବିଭିନ୍ନ ବି-ସ୍କୁଲ ଏବଂ କଲେଜରୁ ପ୍ରାୟ ୧୨୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ, କୁଇଜ୍, ଅଭିନୟ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡର ଜେନେରାଲ ମ୍ୟାନେଜର – କର୍ପୋରେଟ ଆଫେୟାର୍ସ ଆଣ୍ଡ ଗଭର୍ଣ୍ଣମେଂଟ ରିଲେସନ୍ସ ଶ୍ରୀ ସୁଧୀ ରଞ୍ଜନ ମିଶ୍ର ଯୋଗ ଦେଇଥିବା ବେଳେ ୯୩.୫ ରେଡ ଏଫ୍ଏମ୍ ରେଡିଓର ଆରଜେ ନୀଲ୍ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଫ୍ୟାକଲ୍ଟି ମେମ୍ବର, ଗବେଷକ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।କାର୍ଯ୍ୟକ୍ରମରେ ଆଇବିସିଏସର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି, ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବକ୍ତବ୍ୟ ରଖିଥିଲେ ।

କନଭର୍ଜେନ୍ସ ୨୦୨୬ର ସଂଯୋଜକ ଭାବେ ଡକ୍ଟର ଆଶୀଷ ମହାନ୍ତି କାର୍ଯ୍ୟ କରିଥିବା ବେଳେ ଡକ୍ଟର ପାର୍ଥୋ ପ୍ରତୀମ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ଜେପିଏଚ୍ ଏକ୍ସପୋର୍ଟ୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ, ଏକ୍ସପୋର୍ଟ ଡିଭିଜନ୍ ଶ୍ରୀ ଜେ.ପି ସିଂ ଯୋଗ ଦେଇଥିଲେ ।

କନଭର୍ଜେନ୍ସ-୨୦୨୬ର ସଂଯୋଜକ ଡକ୍ଟର ବସନ୍ତ ପାଢ଼ୀ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିବା ବେଳେ କୃତି ପ୍ରତିଯୋଗୀ, ଫ୍ୟାକଲ୍ଟି, କର୍ମକର୍ତା ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଯୋଜକ ଶ୍ରୀ ଶୁଭ୍ରଜ୍ୟୋତି କର ଧନ୍ୟବାଦ ଅର୍ପଣ କରିଥିଲେ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button