ଓଡିଶାମହାନଗର

ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ

ଭୁବନେଶ୍ୱର ୧୫/୦୧: ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ଦେବଦେବ । ଆହୁରି ବି ବୁଧବାର ମକର ସଂକ୍ରାନ୍ତି ନୀତି ବି ହୋଇପାରିନଥିଲା । ତେବେ ଦୀର୍ଘଘଣ୍ଟା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା । ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ଥିଲା ନୀତିକାନ୍ତି । କ୍ଷୀର ଆଉଟା ନୀତିକୁ ନେଇ ଦେଖାଦେଇଥିଲା ବିବାଦ ।

ମକର ସଂକ୍ରାନ୍ତି ପୂର୍ବ ଦିନ ନବାଙ୍କ ବେଢ଼ା ନୀତିରେ କ୍ଷୀର କିଏ ଆଉଟିବେ ତାକୁ ନେଇ ଉପୁଜିଥିଲା ବିବାଦ । ଏନେଇ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମୁହାଁମୁହିଁ ହୋଇଥିଲେ । ଉଭୟ ନିଯୋଗଙ୍କ ବିବାଦ ଯୋଗୁଁ ମଙ୍ଗଳବାର ରାତିରୁ ହୋଇ ପାରିନି ଭୋଗ । ଫଳରେ ଠାକୁର ଓପାସରେ ରହିଛନ୍ତି । ଅନ୍ୟପଟେ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରୁଥିବା ବେଳେ ଭୋଗ ମଧ୍ୟ କରୁଛନ୍ତି ହେଲେ ଏହାର ଫଳ ଶୂନ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।ଗତବର୍ଷରୁ ଏହି ବିବାଦ ରହିଥିବା ବେଳେ ପ୍ରଶାସନ ବା ଦେଵତ୍ତୋର କମିସନ ଏଥିରେ ହସ୍ତକ୍ଷେପ କରିନାହାନ୍ତି ।

ଗତ ବର୍ଷ ମକର ସଂକ୍ରାନ୍ତିରେ ଏହି ବିବାଦ ଉଠିଥିବା ବେଳେ ୩ଦିନ ମନ୍ଦିରରେ ନୀତି ବନ୍ଦ ରହିଥିଲା । ତେବେ ୧୦ମାସ ବିତିଯିବା ପରେ ଗତବର୍ଷ ଡିସେମ୍ବରରେ ସୁଆର ଏହି ସେବା କରିବାକୁ ଜିଲାପାଳ ନିର୍ଦେଶ ଦେଲେ ଯାହାକୁ ବଡ଼ୁ ନିଯୋଗ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ପ୍ରସଙ୍ଗରେ କୋର୍ଟ ରହିତାଦେଶ ଜାରି କରିଛନ୍ତି। ତେଣୁ ନୀତି ବନ୍ଦ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ଉଭୟ ସେବାୟତ। ସେପଟେ ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନୀତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଏଭଳି କଡ଼ା ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button