
ରାୟଗଡ଼ା (ଶିବ ପ୍ରସାଦ ଦୋରା): ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞର ଶେଷଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ହେଲିକପ୍ଟର ଯୋଗେ ଆସି ରାୟଗଡ଼ା ସହରସ୍ଥିତ ଜିଆଇଏସିଆର ନିକଟରେ ଥିବା ଜେଏସକୋ ପଡିଆରେ ଓହ୍ଲାଇ ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞକୁ ଯାଇଥିଲେ। ସେଠାରେ ସେ ଗାୟତ୍ରୀ ମହାମନ୍ତ୍ର ଉଚ୍ଚାରଣ କରି ହୋମରେ ପୂର୍ଣାହୁତି ଦେଇଥିଲେ।
ସମବେତ ଭକ୍ତମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର ଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରାୟଗଡ଼ା ଠାରେ ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞର ଆୟୋଜନ କରି ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ଓ ସାମାଜିକ ସଂସ୍କାର ଆଣିବା ଓ ବିଶ୍ବ ଶାନ୍ତି ପାଇଁ ମହାଯଜ୍ଞ ସମନ୍ୱୟ ସମିତିର ଆବାହକ ତଥା ମିଟସ ଗ୍ରୁପର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା ପ୍ରକାଶ କରିଛନ୍ତି। ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ଛୋଟେଲାଲ ମହନ୍ତ ଉପସ୍ଥିତ ଥିଲେ।
ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ ଶାନ୍ତି ଦେବ ମହାଯଜ୍ଞରେ ୨୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଭାଗନେଇଥିଲେ। ଅବିଭକ୍ତ କୋରାପୁଟଜିଲ୍ଲା ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲା ଓ ବିହାର, ଆନ୍ଧ୍ର ପ୍ରଦେଶ ର ୩ ଟି ଜିଲ୍ଲାର ସାଧୁ ସନ୍ଥ, ଭକ୍ତମାନେ ସାମିଲ ହୋଇଥିଲେ ବୋଲି ମହାଯଜ୍ଞ ସମନ୍ୱୟ ସମିତିର ଆବାହକ ମିଟସ ଗ୍ରୁପର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା ପ୍ରକାଶ କରିଛନ୍ତି। ହରିପୁର ଗୁରୁକୁଳ ଓ ମିଟସ ଗ୍ରୁପ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ହେଉଛି। ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଜଜ୍ଞ ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟଙ୍କ ବ୍ରହ୍ମତ୍ୱରେ ସମ୍ପନ୍ନ ହୋଇଥିଲା।
ଯଜ୍ଞ କମିଟି ସଂଯୋଜକ ଶ୍ରୀରାମ ପଣ୍ଡା, ବିଶ୍ୱଜିତ ପଣ୍ଡା, କିର୍ତ୍ତୀଚନ୍ଦ୍ର ସାହୁ, ୟେଲା ଭେଙ୍କଟେଶ୍ବର ରାଓ, ଡମ୍ବରୁଧର ପଣ୍ଡା, ମିଟ୍ସ ପ୍ରଶାସନିକ ଅଧିକାରୀ ସୁବାଷ ଚନ୍ଦ୍ର ପଣ୍ଡା,ପରିବହନ ବିଭାଗର ପ୍ରକାଶ ବେହେରା, ଖାଦ୍ୟ ବିଭାଗର ସୁଶାନ୍ତ ପଣ୍ଡା, ନିର୍ଦେଶକ ସଭି ଗୋପୀନାଥ, ଡିନି ଶାନ୍ତୁନୁ ମାହାନ୍ତି, ଅଧ୍ୟକ୍ଷ ରାମାନୁଜ ନାୟକ, ମିଟ୍ସ ଅଧ୍ୟପକ.ଅଧ୍ୟାପିକା, ଅଣଶିକ୍ଷକ ଓ ଛାତ୍ରଛାତ୍ରୀ ଏହି ଯଜ୍ଞକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ମହାଯଜ୍ଞ ପରିଚାଳନା କମିଟି ସମ୍ବର୍ଧନା ପ୍ରଦାନ କରିଥିଲା। ବରିଷ୍ଠ ଆରଏସଏସ କାର୍ଯ୍ୟକର୍ତ୍ତା ଛୋଟେଲାଲ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ମହାଯଜ୍ଞର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସୌଜନ୍ୟ ସମ୍ବାଦ




