ମନୋରଞ୍ଜନ

shefali shah: ମହିଳାଙ୍କୁ ପରାମର୍ଶ ଦେଲେ ଶେଫାଳୀ ଶାହ, କହିଲେ-ତରବରରେ ବିବାହ କରନି କି ପିଲା…

ମୁମ୍ୱାଇ ୧୭।୦୫ : ଅଭିନେତ୍ରୀ ଶେଫାଳୀ ଶାହ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତାଳାପ ବେଳେ ବାହାଘର , ସଂପର୍କ ଓ ପିଲାଙ୍କ ବିଷୟରେ ନିଜ ବିଚାରକୁ ଖୋଲି ପ୍ରକାଶ କରିଛନ୍ତି। ବିବାହ ଓ ମାତା-ପିତା ହେବାର ଚାପ ବିଷୟରେ କଥାବାର୍ତ୍ତା କରି, ଅଭିନେତ୍ରୀ ଯୁବବର୍ଗଙ୍କୁ ଦେଇଛନ୍ତି ପରାମର୍ଶ । ସେ କହିଛନ୍ତି – ନିଜକୁ ଭଲ ଭାବେ ନବୁଝି ଜୀବନର ବଡ଼ ନିଷ୍ପତ୍ତି ତରବରରେ ନିଅନ୍ତୁ ନାହିଁ। ସେ ମଜାଳିଆ ଢଙ୍ଗରେ ଏହା ମଧ୍ୟ କହିଛନ୍ତି ଯେ, ପିଲା ବଦଳରେ ଲୋକଙ୍କୁ କୁକୁର ପାଳିବା ଉଚିତ୍ , କାରଣ କୁକୁର ନିଃସର୍ତ୍ତ ପ୍ରେମ ଓ ଭଲ ପାଇବାର ସବୁଠୁ ଶୁଦ୍ଧ ରୂପ ପ୍ରଦାନ କରିଥାଏ।

ଲିଲି ସିଂହଙ୍କ ସହ ବାର୍ତ୍ତାଳାପରେ ଶେଫାଳୀ ସଂପର୍କ (ରିଲେସନସିପ୍) ବିଷୟରେ ଖୋଲା ଖୋଲି କହିଛନ୍ତି ଏବଂ ଅଳ୍ପ ବୟସରେ ବିବାହ ନକରିବାକୁ ଯୁବତୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି – ପିଲାବେଳୁ ବିବାହ କର ନାହିଁ , ଭଗବାନଙ୍କ ପାଇଁ। ତୁମକୁ ଏହା ମଧ୍ୟ ଜଣାନାହିଁ ତୁମର ପସନ୍ଦ କଣ । ତେଣୁ ଶାନ୍ତ ରୁହ। ବିବାହର ଶେଷ ନିଷ୍ପତ୍ତି ନେବା ପୂର୍ବରୁ ଲୋକଙ୍କ ସହ ମିଶ ଏବଂ ସେମାନଙ୍କୁ ଜାଣ। ମୁଁ ସର୍ବଦା ଏହା କୁହେ , ଯଦି ତୁମେ ବିବାହର ଅନୁଷ୍ଠାନକୁ ବିଶ୍ୱାସ କରନାହିଁ , ତ ବିଶ୍ୱାସ କର , ଏଥିରେ ବହୁତ କାର୍ଯ୍ୟ ହୁଏ , ଦୟାକରି ବିବାହ କରନାହିଁ। ପଛକୁ ହଟିବା ଠିକ୍ ନୁହେଁ। ଏସବୁ ବୁଝିବା ପାଇଁ ଟିକେ ପରିପକ୍ୱ ହୁଅ।

ଆକ୍ଟର ଏହି କଥା ଉପରେ ଜୋର ଦେଇଛନ୍ତି ଯେ,ବିବାହକୁ ହାଲକା ଭାବେ ନେବା ଉଚିତ୍ ନୁହେଁ। ଲୋକଙ୍କୁ ସେତେବେଳେ ବିବାହ ପାଇଁ ପ୍ରତିବଦ୍ଧ ହେବା ଉଚିତ୍ , ଯେବେ ସେ ଭାବନାତ୍ମକ ଭାବେ ପରିପକ୍ୱ ହେବେ ଏବଂ ଜୀବନ ଓ ସଂପର୍କ (ରିଲେସନସିପ୍)ରୁ ସେ କଣ ଚାହାନ୍ତି ଜାଣିବେ। ଏହି ବିଷୟରେ ସଂପୂର୍ଣ୍ଣ ନିଶ୍ଚିତ ହୁଅ। କଥାବାର୍ତ୍ତା ବେଳେ ଲିଲି କହିଛନ୍ତି , ସେ ୩୭ ବର୍ଷ ବୟସର ଏବଂ ଏବେସୁଦ୍ଧା ଅବିବାହିତା । ଏହା ଉପରେ ପ୍ରତିକ୍ରିୟା ଦେଇ ଶେଫାଳୀ କହିଛନ୍ତି – ମୁଁ କିଛି କହି ପାରିବି କି ? ମୋତେ ବହୁତ ଟ୍ରୋଲ କରାଯିବ। ପିଲା ଜନ୍ମ କର ନାହିଁ , କୁକୁର ପାଳ। କେବଳେ କୁକୁର ହିଁ ପୋଷ। ସେ ଆହୁରି କହିଛନ୍ତି , କୁକୁର ହିଁ ମନୁଷ୍ୟର ଜୀବନରେ ନିଃସର୍ତ୍ତ ପ୍ରେମର ଏକମାତ୍ର ରୂପ।

ଶୋଫାଳୀଙ୍କ ପ୍ରଥମେ ଟେଲିଭିଜନ ଅଭିନେତା ହର୍ଷ ଛାୟାଙ୍କ ସହ ବିବାହ ହୋଇଥିଲା। ହେଲେ , ଚାରି ବର୍ଷ ପରେ ଉଭୟ ଅଲଗା ହୋଇଗଲେ। ପରେ , ୨୦୦୦ମସିହାରେ , ଶେଫାଳୀ ଫିଲ୍ମ ନିର୍ମାତା ବିପୁଳ ଅମୃତଲାଲ ଶାହଙ୍କୁ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିଥିଲେ। ଏହି ଦମ୍ପତ୍ତିଙ୍କ ଦୁଇ ପୁଅ ଆର୍ଯ୍ୟମନ ଓ ମୌର୍ଯ୍ୟ ଅଛନ୍ତି। ଜଣେ ଅଭିନେତ୍ରୀ ଓ ମାଆ ହେବା ବ୍ୟତୀତ, ଶେଫାଳୀ ଜୀବଜନ୍ତୁ ପ୍ରେମୀ ଭାବେ ମଧ୍ୟ ଖୁବ୍ ଜଣାଶୁଣା। ତାଙ୍କ ପାଖରେ ଐଶ ଓ ସିମ୍ୱା ନାମରେ ଦୁଇଟି ସାଇବେରିଆନ ହସ୍କି କୁକୁର ଅଛନ୍ତି ଓ ସେ ଅନେକ ସମୟରେ ତାଙ୍କ ସହ ସୁନ୍ଦର ଫଟୋ ଓଭିଡ଼ିଓ ସେୟାର କରନ୍ତି।

ସୌଜନ୍ୟ Prameya News7

Show More
Back to top button