Breaking

Berhampur Businessman Murder Case : ଖିଅ ଖୋଜୁଛି ପୋଲିସ, ଏକାଠି ଜେରା ହେବେ ୫ ଅଭିଯୁକ୍ତ, କୁଆଡେ ଗଲା ବନ୍ଧୁକ ?

ବ୍ରହ୍ମପୁର ୨୭।୦୪ : ଏବେ ବି ରହସ୍ୟ ଘେରରେ ଗଞ୍ଜାମର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ। କ୍ରାଇମ ସ୍ପଟ୍ ରେ କ୍ରାଇମ ସିନ ରିକ୍ରିଏସନ କରି ପୂରା ଷଡଯନ୍ତ୍ରର ଖିଅ ଯୋଡୁଛି ପୋଲିସ। ଆଜି ୫ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରୁଛି । ୫ ଅଭିଯୁକ୍ତଙ୍କୁ ଏକାଠି ପୋଲିସ ଜେରା କରିବ ବୋଲି ସୂଚନା ମିଳିଛି ।

ସେପଟେ ଏହି ଘଟଣା ନେଇ ମିଳିଥିବା ସିସିଟିଭି ଫୁଟେଜ୍ ଅଧାରରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ଗୋପାଳପୁର ଥାନା ଅଞ୍ଚଳର ଅପହରଣ ହୋଉଥିବା ସ୍ପଟ , ବୁଗୁଡ଼ା ନିକଟ ରାମପଦ ଏବଂ ସୋରଡ଼ା ନିକଟ ଜଙ୍ଗଲ ଅଞ୍ଚଳରେ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ୍। ସିନ୍ ରିକ୍ରିଏସନ୍ ସମୟରେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ । ବାଘୁଆ ଡ୍ୟାମରେ ୨ଟି ବନ୍ଧୁକ ଫୋଫାଡ଼ି ଦେଇଥିବା ପୋଲିସକୁ ସୂଚନା ମିଳିବା ପରେ ସେହି ଦୁଇ ବନ୍ଧୁକକୁ ଜବତ୍ କରିବା ପାଇଁ ଖୋଜୁଛି ପୋଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀ ।

ସେହିପରି ପୂର୍ବରୁ ଅନ୍ୟ ଏକ ପିସ୍ତଲକୁ ଜବତ କରିଛି ପୋଲିସ। ଅପହରଣକାରୀମାନେ ପ୍ଲଟ ବ୍ୟବସାୟୀ ସୁଧୀରଙ୍କୁ ନିର୍ଯାତନା ଦେବା ସହ ମୁଣ୍ଡ ପାଖରେ ଫୁଟାଇ ଥିଲେ ଗୁଳି। ସୁରତରୁ ଆସିଥିବା ସାର୍ପ ସୁଟର ସୂର୍ଯ୍ୟ ପ୍ରତାପ ସିଂ ପୋଲିସକୁ ଏହି ବନ୍ଧୁକ ଦୁଇଟି ଡ୍ୟାମରେ ଫୋପାଡ଼ି ଦେଇଥିବା କହିବା ପରେ ପୋଲିସ ଏହି ବନ୍ଧୁକ ଖୋଜୁଛି । କିରିମ୍ବା ଜଙ୍ଗଲ, ରାମ ପାଦ ମନ୍ଦିରରେ ସିନ ରିକ୍ରିଏସନ ବେଳେ ପୋଲିସକୁ ମିଲିଛି ଏକ ଖୋକା ଓ ଆଉ କିଛି ବଳିଷ୍ଠ ପ୍ରମାଣ । ଏସବକୁ ନେଇ ବିଭିନ୍ନ ଦିଗରେ ତଦନ୍ତ ଆଗକୁ ବଢ଼ୁଛି ।

ସୌଜନ୍ୟ Prameya News7

Show More
Back to top button