ଓଡିଶା

12 Elephants Destroy ୧୨ ଟିକିଆ ହାତୀପଲଙ୍କ ତାଣ୍ଡବ, ଘର ଭାଙ୍ଗି ଧାନ ଖାଇଗଲେ

ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀ ପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ। elephant ଉପଦ୍ରବ ପାଇଁ ଚିନ୍ତାରେ ତାମଡା ବନାଞ୍ଚଳର ବଡ଼ଗାଁ, ଡୁମେରମୁଣ୍ଡା, ନୁନିଆପାଲି, କଣ୍ଟାପାଲି ଗାଁର ଗ୍ରାମବାସୀ ।

ବଣାଇଁଗଡ଼: ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ। ହାତୀ ଉପଦ୍ରବ ପାଇଁ ଚିନ୍ତାରେ ତାମଡା ବନାଞ୍ଚଳର ବଡ଼ଗାଁ, ଡୁମେରମୁଣ୍ଡା, ନୁନିଆପାଲି, କଣ୍ଟାପାଲି ଗାଁର ଗ୍ରାମବାସୀ ।  ଦିନରେ ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଗାଁ ମୁହାଁ ହେଉଛନ୍ତି, ଯାହାକି ଗ୍ରାମବାସୀଙ୍କ ନିଦ ହଜାଇଦେଇଛି । ଏବେ ଧାନ ଅମଳ ସରିଛି, ଆଉ ଅମଳ ଧାନ ଯେଉଁ ଘରେ ରଖା ଯାଇଛି ସେଇ ଘରକୁ ଆସି ଘର ଭାଙ୍ଗି ଧାନକୁ ମଧ୍ୟ ନଷ୍ଟ କରିଦେଉଥିବା ନେଇ ଅଭିଯୋଗ ହୋଇଛି।

ବନବିଭାଗର  ପ୍ରତିଶ୍ରୁତି ପରେ ମଧ୍ଯ ଅସନ୍ତୋଷ ବୃଦ୍ଧି

ରାତି ହେଲେ ଗାଁଗୁଡିକରେ ଭୟର ବାତାବରଣ ସାଙ୍ଗକୁ ଲୋକେ ଅନିଦ୍ରା ହୋଇ ହାତୀ ଉପଦ୍ରବ ଦାଉରୁ ରକ୍ଷା ପାଇବା ପାଇଁ ଅଣ୍ଟା ଭିଡ଼ିଥିଲେ ହେଁ ନିସ୍ତାର ପାଉନାହାନ୍ତି । ଏ ସମ୍ପର୍କରେ ବନବିଭାଗକୁ ପଚାରିଲେ ଅଧିକାରୀମାନେ ଆମର ଦୁଇ ସେକ୍ସନର କର୍ମଚାରୀ ହାତୀକୁ ଟ୍ରାକ କରି ତାଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଥିବା କଥା କହି ଏଡ଼ାଇ ଯାଉଛନ୍ତି । ସରକାରଙ୍କ ଗାଇଡ ଲାଇନ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗର ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ପରେ ମଧ୍ଯ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button