edible oil: ୧୬ ନିୟୁତ ଟନ୍ ଖାଇବା ତେଲ ଆମଦାନି
୨୦୨୪-୨୫ ମାର୍କେଟିଂ ବର୍ଷ (୨୦୨୪ ନଭେମ୍ବରରୁ ୨୦୨୫ ଅକ୍ଟୋବର)ରେ ଭାରତ ୧୬ ନିୟୁତ ଟନ ଖାଇବା ତେଲ ଆମଦାନି କରିଛି। ଏହାର ମୂଲ୍ୟ ପ୍ରାୟ ୧.୬୧ ଲକ୍ଷ କୋଟି ଟଙ୍କା। ଚାହିଦା ପୂରଣ ପାଇଁ ଏହି ଆମଦାନି କରାଯାଇଛି ବୋଲି ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ....

ନୂଆଦିଲ୍ଲୀ: ୨୦୨୪-୨୫ ମାର୍କେଟିଂ ବର୍ଷ (୨୦୨୪ ନଭେମ୍ବରରୁ ୨୦୨୫ ଅକ୍ଟୋବର)ରେ ଭାରତ ୧୬ ନିୟୁତ ଟନ ଖାଇବା ତେଲ ଆମଦାନି କରିଛି। ଏହାର ମୂଲ୍ୟ ପ୍ରାୟ ୧.୬୧ ଲକ୍ଷ କୋଟି ଟଙ୍କା। ଚାହିଦା ପୂରଣ ପାଇଁ ଏହି ଆମଦାନି କରାଯାଇଛି ବୋଲି ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆୋସାସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ୨୦୨୩-୨୪ ମାର୍କେଟି ବର୍ଷରେ ଭାରତ ୧୫.୯୬ ନିୟୁତ ଟନ ଖାଇବା ତେଲ ଆମଦାନି କରିଥିଲା ଯାହାର ମୂଲ୍ୟ ୧.୩୨ ଲକ୍ଷ କୋଟି ଟଙ୍କା ରହିଥିଲା।
ଅନ୍ତର୍ଜାତୀୟ ବଜାରରେ ଦର ଉଚ୍ଚା ରହିବା କାରଣରୁ ମୂଲ୍ୟ ଅନୁସାରେ ଖାଇବା ତେଲ ଆମଦାନିରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ପରିମାଣ ହିସାବରେ ଏହା ପାଖାପାଖି ରହିଛି। ଭାରତ ମୁଖ୍ୟତଃ ଇଣ୍ଡୋନେସିଆ ଓ ମାଲେସିଆରୁ ପାମ୍ ତେଲ ଆମଦାନି କରିଥାଏ। ଆର୍ଜେଣ୍ଟିନା ଓ ବ୍ରାଜିଲରୁ ସୋୟାବିନ ତେଲ ଆଣିଥାଏ। ଗତ ୨୦ ବର୍ଷ (୨୦୨୪-୦୫ରୁ ୨୦୨୪-୨୫) ମଧ୍ୟରେ ଆମଦାନି ପରିମାଣରେ ଯଥେଷ୍ଟ ବୃଦ୍ଧି ଘଟିଛି। ଖାଇବା ତେଲ ଆମଦାନି ୨.୨ ଗୁଣା ବୃଦ୍ଧି ପାଇଥିବାବେଳେ ଦର ପ୍ରାୟ ୧୫ ଗୁଣା ବଢ଼ିଛି।
ସୌଜନ୍ୟ – ସମ୍ବାଦ



