ଓଡିଶା

ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଟିମ୍ ଘୋଷଣା, ବିପ୍ଲବ ସାମନ୍ତରାୟଙ୍କୁ ଅଧିନାୟକ ଦାୟିତ୍ୱ

କଟକ ୧୬।୧୨ : ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ବିଜୟ ହଜାରେ ଦିନିକିଆ ଟ୍ରଫି । ବେଙ୍ଗାଲୁରୁରେ ହେବାକୁ ଥିବା ବିଜୟ ହଜାରେ ଦିନିକିଆ ଟ୍ରଫିର ପ୍ରଥମ ତିନି ମ୍ୟାଚ୍ ପାଇଁ ୧୬ ଜଣିଆ ଓଡ଼ିଶା ଟିମ୍ ଘୋଷିତ ହୋଇଛି । ବିପ୍ଲବ ସାମନ୍ତରାୟଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ରାଜେଶ ମହାନ୍ତିଙ୍କୁ ଉପ-ଅଧିନାୟକ କରାଯାଇଛି ।

ସେହିପରି ଦଳରେ ୭ ଜଣ ନୂଆ ମୁହଁ ଥିବା ବେଳେ ୨୪ରେ ସୌରାଷ୍ଟ୍ର ବିପକ୍ଷରେ ଓଡ଼ିଶା ବେଙ୍ଗାଲୁରୁରେ ପ୍ରଥମ ମ୍ୟାଚ୍ ଖେଳିବ । ଏହାବାଦ୍ ସର୍ଭିସେସ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ହରିୟାଣା, ଗୁଜରାଟ, ରେଲଓ୍ୱେ ବିପକ୍ଷରେ ମ୍ୟାଚ୍ ଖେଳିବ। ନୂଆ ଟିମ ବିଜୟ ହଜାରେ ଟ୍ରଫିରେ ଭଲ କରିବ ବୋଲି ମୁଖ୍ୟ ଚୟନକର୍ତ୍ତା ଆଶା କରିଛନ୍ତି।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button