ଓଡିଶାମହାନଗର

Parboiled Rice: ଉଷୁନା ଚାଉଳ ଉଠାଣ ପରିମାଣ ୨୦ରୁ ୨୫ ଲକ୍ଷ ମେଟ୍ରିକ ଟନ୍‌ ଦାବି

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦ, ବିଧାୟକ ତଥା ବିଜେପିର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି।

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦ, ବିଧାୟକ ତଥା ବିଜେପିର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି। ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରେ ଉଷୁନା ଚାଉଳ ଉଠାଣ ପରିମାଣ ୨୦ ଲକ୍ଷ ମେଟ୍ରିକ ଟନରୁ ବଢାଇ ୨୫ ଲକ୍ଷ ମେଟ୍ରିକ ଟନ କରିବା ପାଇଁ ଅନୁରୋଧ କରିଛନ୍ତି।

ଏ ସମ୍ପର୍କିତ ଏକ ପତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ୨୦୨୪-୨୫ ବର୍ଷ ପାଇଁ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରାଯାଇଛି। ଏଥିପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏହି ଧାନ ସଂଗ୍ରହ ପରିମାଣ ବୃଦ୍ଧି ରାଜ୍ୟର ଚାଷୀ ସମାଜର ଆତ୍ମବିଶ୍ୱାସକୁ ବଢାଇବା ସହ ସୁରୁଖୁରୁରେ ସଂଗ୍ରହ କାର୍ଯ୍ୟକୁ ସୁନିଶ୍ଚିତ କରିଛି।

ଉଷୁନା ଚାଉଳ ଉଠାଣ ପରିମାଣ ବୃଦ୍ଧି ଦାବି

ତେବେ ଓଡ଼ିଶାରେ ବିଶେଷ ଭାବରେ ଉଷୁନା ଚାଉଳ ଅଧିକ ଉତ୍ପାଦନ ହେଉଥିବା ବେଳେ ୨୦୨୫-୨୬ ଖରିଫ ଋତୁ ପାଇଁ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ଉଷୁନା ଚାଉଳର ତୁରନ୍ତ ଉଠାଣ ନିତ୍ୟାନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ପୁଲ ଅଧୀନରେ ଉଭୟ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଉଷୁନା ଚାଉଳ ଉଠାଣ ପରିମାଣକୁ ବର୍ତ୍ତମାନର ୨୦ ଲକ୍ଷ ମେଟ୍ରିକ୍ ଟନକୁ ବଢାଇ ୨୫ ଲକ୍ଷ ମେଟ୍ରିକ୍ ଟନ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ବଳକା ଥିବା ଏହି ଉଷୁନା ଚାଉଳର ଶୀଘ୍ର ଉଠାଣ ହେଲେ  ଓଡ଼ିଶାର ଚାଷୀମାନେ ବିଶେଷ ଭାବରେ ଲାଭବାନ ହେବେ ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଆହୁରି ମଜବୁତ୍ ହେବ।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button