ଦେଶ ବିଦେଶ
Earthquake: ସକାଳୁ ସକାଳୁ ଥରିଲା ନେପାଳ: ୪.୯ ତୀବ୍ରତାଯୁକ୍ତ ଭୂମିକମ୍ପ
ଗୁରୁବାର ସକାଳୁ ସକାଳୁ ନେପାଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ଦୋଡ଼ି ପଳାଇ ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜିରୁ ମିଳିଥିବା ସୂଚନା ଅନୁଯାୟୀ...

କାଠମାଣ୍ଡୁ: ଗୁରୁବାର ସକାଳୁ ସକାଳୁ ନେପାଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ଦୋଡ଼ି ପଳାଇ ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜିରୁ ମିଳିଥିବା ସୂଚନା ଅନୁଯାୟୀ, ଭୋର ପ୍ରାୟ ସାଢ଼େ ୪ଟାରେ ୪.୯ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠର ୭୩ କିଲୋମିଟର ଗଭୀରତାରେ ଥିଲା।
ସୌଜନ୍ୟ ସମ୍ବାଦ




