
ଭୁବନେଶ୍ୱର ୨୦/୧୨ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ ପାଇଛି । ସାମ୍ସ ଇ-ସ୍ପେସ୍ ୱେବ୍ସାଇଟ୍ରେ ଆଡମିଟ୍ ଶୁକ୍ରବାରଠୁ ଉପଲବ୍ଧ ହୋଇଛି । ଏନେଇ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି ।
ସମସ୍ତ ଷ୍ଟ୍ରିମ୍ର ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଡମିଟ୍ କାର୍ଡ ପ୍ରଦାନ ସମୟପରେ ନାଁ, ପିତା, ମାତାଙ୍କ ନାମ, ପରୀକ୍ଷା ବିଷୟର ବିଷୟକୁ ଭଲ ଭାବେ ଯାଞ୍ଚ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ କୁହାଯାଇଛି ।
ସୂଚନାଥାଉକି, ଆସନ୍ତା ୨୨ ତାରିଖରୁ ୩୧ ତାରିଖ ଯାଏ ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ । ଜାନୁଆରୀ ୨ରୁ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ହେବ । ଫେବ୍ରୁଆରୀ ୧୮ରୁ ୨୫ ମାର୍ଚ୍ଚ ଯାଏ ଥିଓରୀ ପରୀକ୍ଷା ହେବ । ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ମୋଟ୍ ୪ ଲକ୍ଷ ୭୩୭ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି ।
ସୌଜନ୍ୟ ସମ୍ବାଦ



