ଖେଳ

Sports: ତ୍ରିଦିବସୀୟ ସଂସଦୀୟ କ୍ରୀଡା ମହୋତ୍ସବ ଉଦଘାଟିତ: ଗ୍ରାମାଂଚଳର ଲୁକ୍କାୟିତ କ୍ରୀଡାବିତଙ୍କୁ ଅଲମ୍ପିକ୍ସକୁ ନେବା ଲକ୍ଷ୍ୟ- ସାଂସଦ

ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ତ୍ରିଦିବସୀୟ ସାଂସଦୀୟ ଖେଳ ମହୋତ୍ସବ ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ନବରଙ୍ଗପୁର ସାଂସଦ...

ନବରଙ୍ଗପୁର: ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ତ୍ରିଦିବସୀୟ ସାଂସଦୀୟ ଖେଳ ମହୋତ୍ସବ ଉଦଘାଟିତ ହୋଇଛି । ସଂଯୋଜକ ତଥା  ଜିଲ୍ଲାପାଳ ଡ. ମହେଶ୍ୱର ସ୍ବାଇଁ ସଭାପତିତ୍ବ କରି କ୍ରୀଡାବିତ୍ ମାନେ ନିଜ ମଧ୍ୟରେ ଲୁକ୍କାୟିତ ରହିଥିବା କ୍ରୀଡା ନୈପୁଣ୍ୟତାକୁ ପରିସ୍ପୁଟିତ କରିବାକୁ ଏହା ଉତ୍ତମ ବାଟ ବୋଲି କହିଥିଲେ।  ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବରଙ୍ଗପୁର ସାଂସଦ ଇଂ .ବଳଭଦ୍ର ମାଝି ଯୋଗ ଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ।

ଗ୍ରାମାଂଚଳର ଲୁକ୍କାୟିତ କ୍ରୀଡାବିତଙ୍କୁ ଅଲମ୍ପିକ୍ସରେ ସାମିଲ କରାଇବା ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟରେ ନିଶ୍ଚିତ ରୁପେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରର କ୍ରୀଡାବିତ୍ ମାନେ ସଫଳତା ହାସଲ କରିବେ ସେ ଆଶା ତାଙ୍କର ରହିଛି ବୋଲି ସାଂସଦ ଇଂ.ମାଝୀ କହିଥିଲେ।  ବିଶିଷ୍ଟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ସଂସଦୀୟ କ୍ଷେତ୍ରର ନାଁ ରଖି ଗୌରାବାନ୍ବୀତ କରିବେ ବୋଲି ଆଶା ପ୍ରକଟ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ତଥା ଜିଲ୍ଲା ସଂଯୋଜକ  ପ୍ରହଲ୍ଲାଦ ତ୍ରିପାଠୀ ସଂଯୋଜନା କରିଥିଲେ ନବରଙ୍ଗପୁର  ଷ୍ଟାଡିୟମରେ   ଲମ୍ବ କୁଦ , ଖୋକ, କବାଡି , ଭଳିବଲ ଖେଳ ଚାଲିଥିବା ବେଳେ କ୍ରିକେଟ ମ୍ୟାଚ ଝରିଗାଁ ଠାରେ ଅନୁଷ୍ଠିତ ଏବଂ କୋଟପାଡ଼ ଠାରେ ଫୁଟବଲ୍ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେଉଛି।  ଅନ୍ୟ ମାନଙ୍କ ମଧ୍ୟରେ ପୌରନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ,  ଜିଲ୍ଲା କ୍ରିଡା ଅଧିକାରୀ ପଦ୍ମନାଭ ତ୍ରିପାଠୀ ,ସାଂସଦ ଖେଳ ମହୋତ୍ସବର ସଂଯୋଜକ ରାମେଶ୍ବର ଜେନା , ଜିଲ୍ଲା କ୍ରିଡା ସଂଘର ଉପ ସଭାପତି ଏମ . ବାଳାକୃଷ୍ଣ ରାଓ , ସହ ସମ୍ପାଦକ ମନୋଜ କୁମାର ପଟନାୟକ , ମିଡ଼ିଆ ସଂଯୋଜକ ବାଙ୍କ ବିହାରୀ ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ। ଅଧିବକ୍ତା କିଶୋରୀ ପଟନାୟକ  , କୋର କମିଟି ସଭ୍ୟା ଶର୍ମିଷ୍ଟା ଦେଓ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ଶଶାଙ୍କ ଶେଖର ବେହେରା, ଜ୍ୟୋତିରଞନ କଂସ, ଜାନକୀକାନ୍ତ ବିଷୋଇ, ଜିଲ୍ଲାକ୍ରୀଡା ପ୍ରଶିକ୍ଷକ ପ୍ରଭାତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଥମ ଦିନ ପ୍ରତିଯୋଗିତାରେ ମହିଳା କବାଡିରେ ନବରଙ୍ଗପୁର ପୌରପାଳିକା ଦଳ କୋଟପାଡ଼ ବ୍ଲକ ଦଳକୁ ହରାଇ ବିଜେତା ହୋଇଛନ୍ତି।  ଲମ୍ବ କୁଦ ପୁରୁଷ ଦଳର ଉମରକୋଟର ସୁରେନ୍ଦ୍ର ସାନ୍ତା, ଲମ୍ବ କୁଦ ମହିଳା ଦଳର  କୋଟପାଡ଼ ଏନଏସିର ପୂର୍ଣ୍ଣିମା ପ୍ରଧାନି, ୧୦୦ ମିଟର ମହିଳା ଦୌଡ଼ରେ ରାଇଘରର ହସିନା ଗଣ୍ଡ, ୧୦୦ମିଟର ପୁରୁଷ ଦୌଡ଼ରେ ଉମରକୋଟର ଚନ୍ଦନ ପରଜା,୨୦୦ ମିଟର ଦୌଡରେ କୋଟପାଡ଼ର ଲକ୍ଷ୍ମୀ ନାୟକ ପ୍ରମୁଖ ବିଜେତା ହୋଇଛନ୍ତି। ମହିଳା ଭଲିବଲ୍ ମ୍ୟାଚରେ କୋଟପାଡ଼ ଏନଏସି ଦଳ କୋଟପାଡ଼ ବ୍ଲକ ଦଳକୁ ୨-୦ ସେଟ୍ରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା  ପ୍ରଶିକ୍ଷକ ମାନେ ଖେଳ ଗୁଡ଼ିକ ପରିଚାଳନା କରୁଛନ୍ତି।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button