Cricket: ପ୍ରଥମ ‘ଏ’ ଟେଷ୍ଟ୍: ଭାରତର ଚମତ୍କାର ପ୍ରତ୍ୟାବର୍ତ୍ତନ
ସ୍ଥାନୀୟ ବର୍ଟ ସୁଟ୍କ୍ଲିଫ୍ ଓଭାଲଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ଅନୌପଚାରିକ ଟେଷ୍ଟ୍ର ଦ୍ବିତୀୟ ପାଳିରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତ ୨୮୪ ରନ୍ରେ ଆଗୁଆ ହୋଇଯାଇଛି। ପ୍ରଥମ ପାଳିରେ ମାତ୍ର ୧୧୩ ରନ୍ରେ ଅଲ୍ଆଉଟ୍ ହୋଇଥିବା ଭାରତ ଦ୍ବିତୀୟ ପାଳିରେ ତୃତୀୟ ଦିନର...

ଲିନ୍କନ୍: ସ୍ଥାନୀୟ ବର୍ଟ ସୁଟ୍କ୍ଲିଫ୍ ଓଭାଲଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ଅନୌପଚାରିକ ଟେଷ୍ଟ୍ର ଦ୍ବିତୀୟ ପାଳିରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତ ୨୮୪ ରନ୍ରେ ଆଗୁଆ ହୋଇଯାଇଛି। ପ୍ରଥମ ପାଳିରେ ମାତ୍ର ୧୧୩ ରନ୍ରେ ଅଲ୍ଆଉଟ୍ ହୋଇଥିବା ଭାରତ ଦ୍ବିତୀୟ ପାଳିରେ ତୃତୀୟ ଦିନର ଷ୍ଟମ୍ପସ ବେଳକୁ ୪୮୮/୮ କରି ବ୍ୟାଟିଂ ଜାରି ରଖିଛି। ୱାସିଂଟନ୍ ସୁନ୍ଦର (୫୧*) ଓ ଆକାଶ ଦୀପ (୦*) ଅପରାଜିତ ଅଛନ୍ତି। ସୋମବାର ୧୦୬/୨ରୁ ଖେଳ ଆରମ୍ଭ କରିଥିବା ଭ୍ରମଣକାରୀ ଭାରତ ଏଥିରେ ୩୮୨ ରନ୍ ଯୋଡ଼ି ଆଉ ୬ ୱିକେଟ୍ ହରାଇଛି।
ଗତକାଲିର ଦୁଇ ଅପରାଜିତ ବ୍ୟାଟର୍ ଦେବଦତ୍ତ ପଡ଼ିକଲ (୧୯୯) ମାତ୍ର ୧ ରନ୍ ପାଇଁ ଦ୍ବିଶତକରୁ ଏବଂ ସାଇ ସୁଦର୍ଶନ (୯୧) ୯ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ୨୧୫ ରନ୍ର ଭାଗୀଦାର ଗଢ଼ି ଦଳର ସ୍ଥିତି ଦୃଢ଼ କରିଥିଲେ। ଅଧିନାୟକ ଧ୍ରୁବ ଜୁରେଲ (୨) ବିଫଳ ହୋଇଥିଲେ। ହେଲେ ନିମ୍ନ କ୍ରମରେ ୟଶ୍ ରାଠୋଡ଼ (୬୬), ଆକ୍ବିବ ନବି (୩୮) ଓ ଅଂଶୁଲ କମ୍ବାଜ (୨୩) ଭଲ କରିବାରୁ ଭାରତ ୩୦୦ ରନ୍ ଆଗରେ ରହିବାର ଆଶା ସଞ୍ଚାର କରିଛି।
ସୌଜନ୍ୟ ସମ୍ବାଦ




