ନୂଆଦିଲ୍ଲୀ: ଏଥର ମୋବାଇଲ ନେଟୱର୍କ ଟେନ୍ସନ୍ ଗଲା । କାରଣ ଆଗାମୀ ଦିନରେ ଇଣ୍ଟରନେଟ୍ ବା ମୋବାଇଲ କଲ୍ ପାଇଁ ମୋବାଇଲ ଟାୱାର ଉପରେ ଭରସା କରିବାକୁ ପଡ଼ିନପାରେ । ଯେଉଁଠି ଥିଲେ ବି ସହଜରେ କଲ୍ ଲାଗିଯିବ । କାରଣ ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ କ୍ଷେତ୍ରରେ ମିଳିବ ବଡ଼ ସଫଳତା । ମହାକାଶରେ ସ୍ଥାପନ ହେବ ବ୍ଲୁ ବାର୍ଡ ସାଟେଲାଇଟ୍, ଯାହା ମୋବାଇଲ୍ ଟାୱାର୍ ଗୁଡ଼ିକ ଭଳି କାମ କରିବ । ଏ କ୍ଷେତ୍ରରେ ଏବେ ଇତିହାସ ରଚିଛି ଭାରତ । ମହାକାଶକୁ ଉତକ୍ଷେପଣ ହୋଇଛି ଆମେରିକାର ବାଣିଜ୍ୟିକ ଯୋଗାଯୋଗ ସାଟେଲାଇଟ୍ ବ୍ଲୁବାର୍ଡ ବ୍ଲକ-୨ । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ ଏଲଭିଏମ୍-୩ ।

