ବାହୁବଳି ରକେଟ୍ ନାମରେ ବିଦିତ ‘ଲଞ୍ଚ୍ ଭେଇକ୍ଲ ମାର୍କ-୩’ ଦ୍ବାରା ‘ଇସ୍ରୋ’ ନିମ୍ନ କକ୍ଷପଥ ବା ‘ଲୋ ଆର୍ଥ ଅର୍ବିଟ୍’ ମଧ୍ୟକୁ ୬.୧ ଟନ୍ ଓଜନବିଶିଷ୍ଟ ‘ବ୍ଲୁବାର୍ଡ ୬’ ସାଟେଲାଇଟ୍ ଉତ୍କ୍ଷେପଣ କରିଛି। ଯୋଗାଯୋଗ ନିମିତ୍ତ ଉଦ୍ଦିଷ୍ଟ ଏହି ସାଟେଲାଇଟ୍ ଟେରେଷ୍ଟ୍ରିଆଲ୍ ନେଟ୍ୱାର୍କ ବା ଭୂପୃଷ୍ଠରେ ଯୋଗାଯୋଗ ସେବା ସୁବିଧା ନ ଥିବା ଅଞ୍ଚଳରେ ସିଧାସଳଖ ସ୍ମାର୍ଟଫୋନ୍କୁ ୪ଜି ଓ ୫ଜି ସଂଯୋଗ ଯୋଗାଇଦେବ।

