ମୁମ୍ବାଇ: ଗତ କିଛି ଦିନ ହେଲାଣି ରୁପା ଦର ହୁ ହୁ ହୋଇବଢ଼ିଚାଲିଥିଲା। ସୋମବାର ହଠାତ୍ ସେଥିରେ ବଡ଼ ଧରଣର ହ୍ରାସ ଘଟିଛି। ତେବେ ଏହି ହ୍ରାସ ସାଧାରଣ ବଜାରରେ ହୋଇନାହିଁ। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ)ରେ ଆଜି ରୁପାର ମାର୍ଚ୍ଚ ମାସ ଫ୍ୟୁଚର୍ର ଦାମ୍ କେଜି ପିଛା ୨୧ ହଜାର ଟଙ୍କା କମ୍ ହୋଇ ୨,୩୩,୧୨୦ ଟଙ୍କାକୁ ହ୍ରାସ ପାଇଛି। ଏହା ପୂର୍ବରୁ ରୁପା କେଜି ୨,୫୪,୧୭୪ ଟଙ୍କା ଥିଲା। ଅନ୍ତର୍ଜାତୀୟ ବଜାରରେ ରୁପାର ଆଉନ୍ସ ପିଛା ଦର ୮୦ ଡଲାରକୁ ବୃଦ୍ଧି ପାଇଛି। ଅବଶ୍ୟ କିଛି ସମୟ ପରେ ତାହା ପୁଣି ୭୫ ଡଲାର ତଳକୁ ଖସିଯାଇଛି।

