ଦେଶ ବିଦେଶ

Priyanka Gandhi Son Gets Engaged: ନିର୍ବନ୍ଧ କଲେ ପ୍ରିୟଙ୍କାଙ୍କ ପୁଅ ରେହାନ, ଭାବିବୋହୂକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

ଗାନ୍ଧୀ ପରିବାରରୁ ଆସିଲା ଖୁସିର ଖବର। ନିର୍ବନ୍ଧ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା। ପରିବାର ଲୋକ ଓ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ରେହାନ ନିଜ ପ୍ରେମିକା ଅବିବା ବେଗ୍‌ଙ୍କ ସହ ନିର୍ବନ୍ଧ କରିଛନ୍ତି।

ନୂଆଦିଲ୍ଲୀ: ଗାନ୍ଧୀ ପରିବାରରୁ ଆସିଲା ଖୁସିର ଖବର। ନିର୍ବନ୍ଧ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା। ପରିବାର ଲୋକ ଓ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ରେହାନ ନିଜ ପ୍ରେମିକା ଅବିବା ବେଗ୍‌ଙ୍କ ସହ ନିର୍ବନ୍ଧ କରିଛନ୍ତି। କୁହାଯାଉଛି ଯେ, ରେହାନ, ଅବିବାଙ୍କ ସହ ୭ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ। କିଛି ଦିନ ତାଳେ ରେହାନ, ଅବିବାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପରେ ସେ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ପରେ ଉଭୟ ପରିବାର ରାଜି ହେବାରୁ ଉଭୟଙ୍କ ନିର୍ବନ୍ଧ ହୋଇଥିଲା।

ଅବିବା ବେଗ କିଏ?

ଅବିବା ବେଗ ଦିଲ୍ଲୀର ବାସିନ୍ଦା ଏବଂ ତାଙ୍କ ପରିବାର ସହ ଭଦ୍ରା ପରିବାରର ସମ୍ପର୍କ ପୂର୍ବରୁ ବହୁତ ନିବିଡ଼ ଥିଲା। ଅବିବା ଦିଲ୍ଲୀର ପ୍ରତିଷ୍ଠିତ ମଡର୍ଣ୍ଣ ସ୍କୁଲରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ତା’ପରେ ଓପି ଜିନ୍ଦଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରୁ Media Communication and Journalismରେ ଡିଗ୍ରୀ ହାସଲ କରିଥିଲେ।

ବୃତ୍ତିଗତ ଜୀବନ ଏବଂ ସଫଳତା

ଅବିବା ଜଣେ ଜଣାଶୁଣା ପରିବାରରେ ଜନ୍ମଗ୍ରହଣ କରିଥିଲେ ବି ସେ ତାଙ୍କର ଏକ ଅନନ୍ୟ ପରିଚୟ ତିଆରି କରିଛନ୍ତି।ସେ ଜଣେ ଭଲ ଫଟୋଗ୍ରାଫର ଏବଂ ପ୍ରଯୋଜକ ମଧ୍ୟ। ତାଙ୍କର ଫଟୋଗୁଡ଼ିକ ଜାତୀୟ ଏବଂ ଅନ୍ତର୍ଜାତୀୟ ପୋର୍ଟାଲ୍ ଏବଂ ପ୍ରକାଶନରେ ପ୍ରଦର୍ଶିତ ହୋଇସାରିଛି। ବର୍ଷ ବର୍ଷ ଧରି, ସେ ‘ୟୁ କାଣ୍ଟ ମିସ୍ ଦିସ୍’ (ଇଣ୍ଡିଆ ଆର୍ଟ ଫେୟାର, ୨୦୨୩) ଏବଂ ‘ଦି ଇଲ୍ୟୁସରି ୱାର୍ଲ୍ଡ’ (୨୦୧୯) ଭଳି ଅନେକ ସଫଳ ପ୍ରଦର୍ଶନୀରେ ତାଙ୍କର କଳା ପ୍ରଦର୍ଶନ କରିଛନ୍ତି। ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଫଟୋଗ୍ରାଫି ମାଧ୍ୟମରେ ସାମାଜିକ ସମସ୍ୟାଗୁଡ଼ିକୁ ଉଠାଇବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button