‘Sambad’ Corporate Excellence Award: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ପୁରସ୍କାର ପରିଚୟ ଦେଇଥାଏ

ଭୁବନେଶ୍ବର: କୌଣସି ସଂସ୍ଥା ଆଗକୁ ବଢ଼ିବାକୁ ହେଲେ ତିନିଟି ଜିନିଷ ନିହାତି ଦରକାର। ତାହା ହେଉଛି ସାର୍ଟିଫିକେସନ, ପୁରସ୍କାର-ମାନ୍ୟତା ଓ ପ୍ରଦର୍ଶନୀ। ପ୍ରାରମ୍ଭିକ ଯାତ୍ରା ସମୟରେ ତାହା ଏକ ପରିଚୟ ପ୍ରଦାନ କରିଥାଏ ବୋଲି ୱାଟରକ୍ରାଫ୍ଟସ୍‌ର ତତ୍ତ୍ବାବଧାୟିକା ନିହାରିକା ବସ୍ତିଆ କହିଛନ୍ତି। ୨୦୧୯ରେ ତାଙ୍କ ସଂସ୍ଥା ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ପୁରସ୍କାର ପାଇଥିଲା। ‘ସମ୍ବାଦ’ର ଏହି ଅଭିଯାନକୁ ପ୍ରଶଂସା କରି ସେ କହିଛନ୍ତି ଯେ ଏହା ହେଉଛି ଏକ ବହୁତ ମହତ୍ ଉଦ୍ଦେଶ୍ୟ। ପୂର୍ବରୁ ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ଗରିବ ରାଜ୍ୟ ଭାବେ ଦେଖାଯାଉଥିଲା। କିନ୍ତୁ ‘ସମ୍ବାଦ’ର ଏଭଳି କାର୍ଯ୍ୟକ୍ରମ ଦ୍ବାରା ଉଦ୍ୟୋଗୀମାନଙ୍କୁ ମାନ୍ୟତା ମିଳିବା ପରେ ଜାତୀୟ ସ୍ତରରେ ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ନେଇ ରହିଥିବା ଭାବନା ବଦଳିଛି।

dgdadgczvvc

ଆମ କମ୍ପାନିର ସମାଧାନ ଶ୍ରୀ ଜଗନ୍ନାଥ ମନ୍ଦିରରେ ଲାଗିଛି। ସେଲ୍‌ କମ୍ପାନିର ପ୍ରାୟ ୧୮ଟି ୱାଟର ଟ୍ରିଟମେଣ୍ଟ୍‌ ପ୍ରକଳ୍ପକୁ କମ୍ପାନି କାର୍ଯ୍ୟକାରୀ କରୁଛି। ରାଜ୍ୟ ବାହାରେ ମଧ୍ୟ ପାୱାରଗ୍ରିଡ୍‌ଠାରୁ ଆମକୁ କାର୍ଯ୍ୟବରାଦ ମିଳିଛି। ଆମେ ରାଞ୍ଚିରେ ମଧ୍ୟ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି।  ‘ସମ୍ବାଦ’ର କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡ‌ସ୍‌ ଭଳି ଅଭିଯାନ ଜରିଆରେ ବ୍ରାଣ୍ଡ୍‌କୁ ଲୋକମାନେ ଜାଣିପାରୁଛନ୍ତି ବୋଲି ସେ କହିଛନ୍ତି। ରାଉରକେଲାର ୱାଟରକ୍ରାଫ୍ଟସ ହେଉଛି ଓଡ଼ିଶାର ପ୍ରଥମ ବିଆଇଏସ୍‌ ମାନ୍ୟତାପ୍ରାପ୍ତ ୱାଟର ଟ୍ରିଟମେଣ୍ଟ୍‌ ବ୍ରାଣ୍ଡ୍‌। ‘ସମ୍ବାଦ’ ଦ୍ବାରା ସମ୍ମାନିତ ହେବା ପରେ ଆମକୁ ଯଥେଷ୍ଟ ମାଇଲେଜ୍‌ ମିଳିଥିଲା। ଆମେ ବିଭିନ୍ନ ମଞ୍ଚରେ ନିଜକୁ ଉପସ୍ଥାପନ କରିବା ବେଳେ ‘ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ଭାବେ ପରିଚୟ ଦେଉଛୁ। ଏହି ପୁରସ୍କାର ପରେ ଆମ ଦୃଶ୍ୟମାନତା ବଢ଼ିଛି ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ