ଭୁବନେଶ୍ବର: ବର୍ଷ ୨୦୨୫ କାହା ପାଇଁ କେମିତି ଗଲା ସେମାନେ ହିଁ କହିପାରିବେ । ପୁରୁଣା ବର୍ଷର କଥାବ୍ୟଥା ମନେପକାଇ ଆଉ କି ଅବା ଲାଭ । ବାସ୍ ପୁରୁଣାର ବର୍ଷର କ୍ଷତ, ପୁରୁଣା ବର୍ଷର ଅଧୁରା କାମକୁ ପୂରା କରିବା ଏବଂ ଠକିଥିବା ଘଟଣାରୁ ଶିକ୍ଷା ଗ୍ରହଣ କରି ଆଗାମୀ କାଲିକୁ ମଜବୁତ କରିବା ହିଁ ନୂଆବର୍ଷର ସବୁଠୁ ଶ୍ରେଷ୍ଠ ନିଷ୍ପତ୍ତି । ନୂଆବର୍ଷ ନୂଆ ସଂକଳ୍ପ, ନୂଆ ଆଶା ନେଇ ଆଗାଉ ଥିବା ବେଳେ ମହାପ୍ରଭୁଙ୍କ ସ୍ମରଣ କରି ଅନେକ ଲୋକ ନିଜର ନୂଆ କାମ ଆରମ୍ଭ କରିଛନ୍ତି ଆଉ ମଣିମାଙ୍କ ପାଦପଦ୍ମରେ ଗୁହାରୀ କରି ଏତିକି କହିଛନ୍ତି ଯେ- ପ୍ରଭୁ ଯାହା ହେଲା ହେଲା, ୨୫ ପରି ୨୬ ନଖେଳୁ ଛଳନାର ଛକିଶୂନ ଖେଳ… କି କାହା ପାଇଁ ଛଳଛଳ ନହେଉ ଛବିଶ ।

