ମହାନଗର

Five hundred: ସାମିଲ ହେଲେ ପାଞ୍ଚଶହ ଫିଜିଓଥେରାପିଷ୍ଟ

କଟକ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ତାଲିମ ଓ ଗବେଷଣା ପ୍ରତିଷ୍ଠାନ (ଏସ୍‌ଭିଏନ୍‌ଆଇଆର୍‌ଟିଏଆର୍‌) ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ମାନୁଆଲ୍ ଥେରାପି ସମ୍ମିଳନୀ....

ଭୁବନେଶ୍ୱର: କଟକ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ତାଲିମ ଓ ଗବେଷଣା ପ୍ରତିଷ୍ଠାନ (ଏସ୍‌ଭିଏନ୍‌ଆଇଆର୍‌ଟିଏଆର୍‌) ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ମାନୁଆଲ୍ ଥେରାପି ସମ୍ମିଳନୀ ଏମ୍‌ସ ଅଡିଟୋରିୟମ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଚାରିଦିନିଆ ସମ୍ମିଳନୀରେ ଦେଶବିଦେଶରୁ ବିଶିଷ୍ଟ ଚିକିତ୍ସକ, ଶିକ୍ଷାବିତ୍, ଗବେଷକ ଓ ପୁନର୍ବାସ ବୃତ୍ତିଧାରୀ ଅଂଶଗ୍ରହଣ କରି ମାନୁଆଲ୍ ଥେରାପିରେ ସାମ୍ପ୍ରତିକ ସ୍ଥିତ ଓ ଏହାର ଉନ୍ନତି, ପ୍ରମାଣ-ଆଧାରିତ ଅଭ୍ୟାସ ଓ ନବସୃଜନ ଉପରେ ବିଚାର-ବିମର୍ଶ କରିବେ।

ମୁଖ୍ୟ ଅତିଥି ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ସ୍ୱାସ୍ଥ୍ୟସେବା ଓ ପୁନର୍ବାସ ସେବାକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ବଖାଣିଥିଲେ। ସାଂପ୍ରତିକ ପରିସ୍ଥିତିରେ ଲୋକମାନେ ବହୁ ଗମ୍ଭୀର ରୋଗରେ ପୀଡ଼ିତ ହେଉଥିବା ଏବଂ ଫିଜିଓଥେରାପିର ଆବଶ୍ୟକତା ସମ୍ପର୍କରେ ମତ ଦେଇଥିଲେ। ପୁନର୍ବାସ ବିଜ୍ଞାନରେ ବୈଜ୍ଞାନିକ ଶିକ୍ଷା ଓ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏସ୍‌ଭି ନିରତାରର ଉଦ୍ୟମକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭୁବନେଶ୍ୱର ଏମ୍‌ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଫେସର ଡା. ଆଶୁତୋଷ ବିଶ୍ୱାସ ରୋଗୀକୈନ୍ଦ୍ରିକ ପୁନର୍ବାସ ସେବାକୁ ସୁଦୃଢ଼ କରିବାରେ ସହଯୋଗ ଓ ଗବେଷଣାର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଏସ୍‌ଭି ନିରତାରର ନିର୍ଦ୍ଦେଶକ ପତିତପାବନ ମହାନ୍ତି ଅଧ୍ୟକ୍ଷତା କରି ପୁନର୍ବାସ ଶିକ୍ଷା, ଗବେଷଣା ଓ କ୍ଲିନିକାଲ୍ ଅଭ୍ୟାସରେ ପ୍ରତିଷ୍ଠାନର ଉତ୍କର୍ଷତା ବର୍ଣ୍ଣନା କରିଥିଲେ। ଏହି ସମ୍ମିଳନୀରେ ଜାତୀୟ ଓ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ବକ୍ତୃତା, ପ୍ୟାନେଲ୍ ଆଲୋଚନା, କର୍ମଶାଳା ଓ ପେପର୍‌ ଉପସ୍ଥାପନା ଆଦି ଅନୁଷ୍ଠିତ ହେବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button