ଓଡିଶା

Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ଗ୍ରାମକୁ ଗମନାଗମନ ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବିନିମୟରେ ରାସ୍ତା ନିର୍ମାଣ ହେଉଥିବାବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି।

ବାଦାମପାହାଡ/ଝିପାବନ୍ଧ (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ଗ୍ରାମକୁ ଗମନାଗମନ ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବିନିମୟରେ ରାସ୍ତା ନିର୍ମାଣ ହେଉଥିବାବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ବାସିଲା ଗ୍ରାମବାସୀ ଗ୍ରାମଠାରୁ ପୋଡଶୀ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସାନହାତନାବେଡା ମଧ୍ଯ ରାସ୍ତାକୁ ରାସ୍ତାକୁ ଟେଣ୍ଡର ଅନୁଯାୟୀ କାର୍ଯ୍ୟ ହୋଇନଥିବା ଅଭିଯୋଗ କରିଛନ୍ତି। ଠିକାଦାର ଜଣକ ପୂର୍ବରୁ ଥିବା ମାଟି ରାସ୍ତା ଉପରେ ପିଚୁ ପକାଇ ରାସ୍ତା ନିର୍ମାଣ କାମ ସାରି ଦେଇଛନ୍ତି।

କାମ ସମୟରେ ଦାୟିତ୍ବରେ ଥ‌ିବା ବିଭାଗୀୟ ଯନ୍ତ୍ରୀ ନ ଆସିବାରୁ ଠିକାଦାର ଫାଇଦା ଉଠାଇ ମାଟି ଉପରେ ପିଚୁ ପକାଇ ତରବରିଆ କାମ ସାରି ପଳାଇ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାସ୍ତାରେ ମେଟାଲ କି ମୋରମ୍ ନ ପକାଇ ପୂର୍ବରୁ ଥୂବା ରାସ୍ତା ଉପରେ ଡଷ୍ଟ ପକାଇ ପିଚୁ କରିଛନ୍ତି ଠିକାଦାର, ଯାହା ଅତିନିମ୍ନମାନର କାମ କରି ବିଲ୍ ଉଠାଇ ନେଇଥ‌ିବା ଅଭିଯୋଗ ହୋଇଛି। ଯାହାକି ଏକ ସପ୍ତାହ ମଧ୍ଯ ତିଷ୍ଠିବା ଅସମ୍ଭବ ଅଟେ। ରାସ୍ତାରେ ହାତ ମାରିଲେ ଫଡାଫଡା ପିଚୁ ଉଠି ପଡୁଛି। ହାତରେ ଉଠାଇଲେ ପିଚୁ ବାହାରି ଆସୁଥିବାର ଫଟୋଚିତ୍ରରେ ବାରି ହୋଇପଡୁଛି। ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅସାଧୁ ମେଣ୍ଟ ଯୋଗୁଁ  ଏଭଳି କେଳେଙ୍କାରୀ ସମ୍ଭବ ହୋଇଛି।

ଗ୍ରାମବାସୀଙ୍କ ଅଭିଯୋଗ

ଏ ନେଇ ତୁରନ୍ତ ଅନୁସନ୍ଧାନ କରି ପୁନଃ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସେହି ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହିତ କଥା ହେବା ପାଇଁ କହିଥିଲେ। ପରେ ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜିତ ନାୟକଙ୍କୁ ଯୋଗାଯୋଗ କରିବାରୁ ରାସ୍ତା କାର୍ଯ୍ୟର ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ପ୍ରବଳ ଶୀତ ଯୋଗୁଁ ପିଚୁ ଠିକ ଭାବେ ବସି ନ ଥିବାବେଳେ ଗ୍ରାମବାସୀ ଜୋର ଜବରଦସ୍ତ ଟାଣି ବାହାର କରି ଦେଇଥିବା କହିଛନ୍ତି।

କାର୍ଯ୍ୟାନୁଷ୍ଠାନ ଦାବି

ବିଶୋଇ ଅଞ୍ଚଳର ଠିକାଦାର ଉକ୍ତ ରାସ୍ତା ନିର୍ମାଣ କରିଥୂବାବେଳେ ରକ୍ଷଣାବେକ୍ଷଣ ନିମନ୍ତେ ତାଙ୍କୁ ୩ ବର୍ଷ ଦାୟିତ୍ବ ପ୍ରଦାନ କରାଯାଇଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ ଆବଶ୍ୟକ ସ୍ଥଳେ ପୁନଃ ରାସ୍ତା ନିର୍ମାଣ ହେବ ବୋଲି କହିଛନ୍ତି। ରାସ୍ତା କାମରେ ଠିକାଦାର କେଳେଙ୍କାରୀ କରି ନିମ୍ନମାନର କାର୍ଯ୍ୟ କରିଥିବାବେଳେ ଏଥୂପ୍ରତି ତୁରନ୍ତ ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ‌ତା ରହିଛି। ଆବଶ୍ୟକ ସ୍ଥଳେ ଉକ୍ତ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନିମ୍ନମାନର ରାସ୍ତା କାମ ହୋଇଥିବାରୁ ନିର୍ମାଣର ଦିନକ ପରେ ହାତ ମାରିଲେ ଖଣ୍ଡ ଖଣ୍ଡ ହୋଇ ପିଚୁ ଉଠିଯାଉଛି। ଏଭଳି ଦୁର୍ନୀତିମୂଳକ କାମ ବାମନଘାଟି ଉପଖଣ୍ଡ ଅଧୀନ କୁସୁମୀ ବ୍ଲକ ଅନ୍ତର୍ଗତ ତଳାପାତି ପଞ୍ଚାୟତର ସାନହାତନାବେଡା ଗ୍ରାମରେ ଦେଖିବାକୁ ମିଳିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button