ଫ୍ୟାନ୍ସଙ୍କୁ କରିବାକୁ ପଡିବ ଅପେକ୍ଷା, ପୁଣି ଲେଖା ହେଲା ଦାଦା ସାହେବ ଫାଲକେ ବାୟୋପିକର ସ୍କ୍ରିଫ୍ଟ
ଭାରତୀୟ ସିନେମାର ଜନକ ଭାବରେ ଜଣାଶୁଣା ଦାଦା ସାହେବ ଫାଲକେଙ୍କ ଉପରେ ଏକ ବାୟୋପିକରେ ଅମୀର ଖାନ ନଜର ଆସିବେ। ଏହି ଫିଲ୍ମଟି ରାଜ କୁମାର ହିରାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ତଥାପି ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ଆହୁରି ଟିକିଏ ଅପେକ୍ଷା କରିବାକୁ ପଡିବ। ଆସନ୍ତୁ ଜାଣିବା କାହିଁକି ?

ମୁମ୍ଵାଇ ୧୪।୦୧; ବଲିଉଡ଼ର ମିଷ୍ଟର ପରଫେକ୍ଟ ଭାବେ ବେଶ୍ ପରିଚିତ ଅମୀର ଖାନ୍ । ଅମୀରଙ୍କ ନାରାଜକୁ ଏବେ ବେଶ ଆଲୋଚନା ଦେଖାଦେଇଛି । ଆଗାମୀ ଫିଲ୍ମର ସ୍କ୍ରିଫ୍ଟକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଯାହା ଆଗାମୀ ଦିନରେ ବଡ଼ ପରଦାକୁ ଆସିବାକୁ ଯାଉଛି । ଏକ ବାୟୋପିକକୁ ନେଇ ଫିଲ୍ମ ନିର୍ମାଣ ହେବ । ଦାଦା ସାହେବ ଫାଲକେଙ୍କ ବାୟୋପିକକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଯାହାର ସ୍କ୍ରିଫ୍ଟ ଟିକେ ପରିବର୍ତ୍ତନ ହେବ । ସେଥିଲାଗି ଏବେ ଠୁ ପୁଣି ପ୍ରସ୍ତୁତି ଜାରି ରହିଛି ।
ବଲିଉଡ଼ ସୁପରଷ୍ଟାର ଅମୀର ଖାନ ଏବଂ ନିର୍ଦ୍ଦେଶକ ରାଜକୁମାର ହିରାନୀ ଦାଦା ସାହେବ ଫାଲ୍କେଙ୍କ ବାୟୋପିକ ଉପରେ କାମ କରୁଛନ୍ତି । ପ୍ରଥମେ ଖବର ଆସିଥିଲା କି ଅମୀରଙ୍କୁ ଏହି ଫିଲ୍ମର ସ୍କ୍ରିଫ୍ଟ ପସନ୍ଦ ଆସିଥିଲା, ଏଭଳି ସ୍ଥଳେ ଅଭିନେତା ନିର୍ଦ୍ଦେଶକଙ୍କୁ ସ୍କ୍ରିଫ୍ଟ ପୁଣି ଥରେ ଲେଖିବାକୁ କହିଥିଲେ । ଏହି କାରଣରୁ ଫିଲ୍ମ ଲମ୍ବା ସମୟରୁ ଘୁଞ୍ଚି ଘୁଞ୍ଚି ଯାଉଥିଲା। କିନ୍ତୁ ଏବେ ଦାଦା ସାହେବ ଫାଲକେ ଙ୍କ ବାୟୋପିକର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ସୂଚନା ଅନୁସାରେ, ହିରାନୀ ଏବଂ ଅମୀର ଏହି କଥା ଉପରେ ସହମତି ଅଟନ୍ତି କି ଫିଲ୍ମରେ ଇମୋସନାଲ ହେବା ଆବଶ୍ୟକ । ଏହା ସହ ଐତିହାସିକ ବ୍ୟାକଗ୍ରାଉଣ୍ଡ ବି ଯୋଡ଼ି ହୋଇ ରହିବା ଆବଶ୍ୟକ । ସ୍କ୍ରିଫ୍ଟରେ ପରିବର୍ତ୍ତନ ହ୍ୟୁମର ଏବଂ ଗମ୍ଭୀରତାର ବାଲାନ୍ସକୁ ଭଲ କରିବାକୁ ପ୍ରୟାସ କରାଯାଉଛି । ସେ ଏହା ଚାହୁଁଛନ୍ତି କି ଚରିତ୍ରର ଡେଭଲପମେଣ୍ଟ ଫାଲକେଙ୍କ ପର୍ସନାଲିଟିକୁ ଦେଖାଇବ । ଡ୍ରାଫ୍ଟ ଫେବୃଆରୀ ସୁଦ୍ଧା ଫାଇନାଲ ହୋଇଯିବ ଏବଂ ମାର୍ଚ୍ଚର ଶେଷରେ ନିର୍ମାଣ ଆରମ୍ଭ ହୋଇଯିବ ।
ସୌଜନ୍ୟ Prameya News7




