ଓଡିଶା

ବିଜେଡି ନେତାଙ୍କ ଘରେ ୧୩ଘଣ୍ଟା ରେଡ୍ : ଆଲମାରୀ ଭର୍ତ୍ତି ଟଙ୍କା କାହାର?

ବିଜେଡି ନେତାଙ୍କ ଘରେ ରେଡ୍, ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା । ପ୍ରାୟ ୧୩ଘଣ୍ଟା ଧରି ଚାଲିଲା ରେଡ୍ ।

ଭୁବନେଶ୍ୱର ୧୭/୦୧: ଆଲମାରୀ ଭର୍ତ୍ତି ଟଙ୍କା। ଇଡି ରେଡ୍ ବେଳେ ମିଳିଲା ୫୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟରେ ଭର୍ତ୍ତି ଆଲମାରୀ । ଯାହା କୋଟି କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ । ହେଲେ ଏତେ ଟଙ୍କା କାହାର? ପ୍ରାୟ ୧୩ଘଣ୍ଟା ଧରି ଚାଲିଲା ରେଡ୍ । ଓଡ଼ିଶାରେ ଅବୈଧ ଲଘୁ ଖଣିଜ ଲୁଟ ମାମଲାରେ ବିଜେଡି ନେତାଙ୍କ ଘରେ ଇଡି ଦିନ ତମାମ ତନାଘନା କରିଛି । ଗଞ୍ଜାମରେ ୫ରୁ ଅଧିକ ସ୍ଥାନରେ ୧୦୦ ଜଣିଆ ଟିମ୍ ଚଢ଼ାଉ କରିଥିଲେ ।

 

ଶୁକ୍ରବାର ଗଞ୍ଜାମର ବିଜେଡି ନେତା ହୃଷିକେଶ ପାଢୀଙ୍କ ଘରେ ରେଡ୍ ହୋଇଥିଲା । ପରେ ହୃଷିକେଶଙ୍କ ସମେତ ଗଞ୍ଜାମ ଜିଲ୍ଲାର ୮ରୁ ୧୦ ବାହୁବଳୀ ବାଲି ଓ ମଦ ମାଫିଆଙ୍କ ଠିକଣାରେ ଇଡି ଘନ ଘନ ଯାଞ୍ଚ କରିଥିଲା । ଏହି ଯାଞ୍ଚରେ ମିଳିଥିବା ଆଲମାରୀ ଭର୍ତ୍ତି ଟଙ୍କା କାହାର ତାକୁ ନେଇ ତଦନ୍ତ ଚାଲିଛି। କେବଳ ଗଞ୍ଜାମ ନୁହେଁ ଭୁବନେଶ୍ବର, କଟକ ସମେତ ୨୦ ଟି ସ୍ଥାନରେ ବ୍ୟାପକ ଚଢାଉ ହୋଇଛି ।

ଆଉ ଏହି ଟଙ୍କା ସହ ଖୋଲିବାରେ ଲାଗିଛି ବାଲି ମାଫିଆଙ୍କ କଳା ସାମ୍ରାଜ୍ୟର ଗୁମର।ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାର ଏହି ବାଲି ମାଫିଆ ମାନେ ନିଜ ବାହୁ ବଳରେ ଚଲାଇଥିଲେ ବେଆଇନ ଅର୍ଥ କାରବାର। ଋଷିକୂଲ୍ୟା, ବାହୁଦା, ବଡ଼ ନଦୀରୁ ବେଆଇନ ଭାବେ ବାଲି ଉଠାଇ କୋଟି କୋଟି ଟଙ୍କା ରାଜସ୍ବ ଫାଙ୍କୁଥିଲେ। ଏନେଇ CAG ରିପୋର୍ଟରେ ଆସିବା ପରେ ଏହି ରେଡ୍ ଇଡି କରିଥିବା ଦର୍ଶାଇଛି।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button