ମନୋରଞ୍ଜନ

ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ଚୁକ୍ତି ଅଭିଯୋଗ ମାମଲା, ୨୦ ତାରିଖରେ ଆସିବ ରାୟ

ଭୁବନେଶ୍ବର: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ଚୁକ୍ତି ଅଭିଯୋଗ ମାମଲାର ଶୁଣାଣି ତାରିଖ ପୁଣି ଘୁଞ୍ଚିଲା। ଆସନ୍ତା ୨୦ ତାରିଖକୁ ଘୁଞ୍ଚିଲା ନିଷ୍ପତ୍ତି ଶୁଣାଣି। ମଙ୍ଗଳବାର ଅର୍ଥାତ ଜାନୁଆରୀ ୨୦ ତାରିଖରେ ନିଷ୍ପତ୍ତି ଶୁଣାଇବେ ଭୁବନେଶ୍ବର ସିଭିଲ କୋର୍ଟ।

ସୂଚନାଯୋଗ୍ୟ, ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ ଅଭିନେତା ପୀୟୂଷ ତ୍ରିପାଠୀଙ୍କ ବିରୋଧରେ ଅପେରା ସୂର୍ଯ୍ୟ ମନ୍ଦିର ପକ୍ଷରୁ ହୋଇଥିବା ମାମଲାର ଶୁଣାଣି କରିଥିଲେ ଭୁବନେଶ୍ବର ସିଭିଲ ଜଜ୍ କୋର୍ଟ । ଗୁରୁବାର ଦୀର୍ଘ ୨ ଘଣ୍ଟା ଧରି ଉଭୟ ପକ୍ଷଙ୍କ କଥା ଶୁଣିବା ପରେ ଏହି ମାମଲାରେ କୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ। ତେବେ ଏହି ରାୟକୁ କୋର୍ଟ ଆସନ୍ତା ଜାନୁଆରୀ ୨୦ରେ ଶୁଣାଇବେ। ସେ ପର୍ଯ୍ୟନ୍ତ ମଞ୍ଚରେ ଅଭିନୟ କରିପାରିବେ ନାହିଁ ଅଭିନେତା ପୀୟୂଷ ତ୍ରିପାଠୀ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button