LOOT from Bank: ବନ୍ଧୁକ ମୁନରେ ବ୍ୟାଙ୍କ୍ରୁ ଲୁଟିନେଲେ ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା
କେନ୍ଦୁଝର ଜିଲ୍ଲାର ବଡବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ସଶସ୍ତ୍ର ଡକାୟତି ହୋଇଛି | ଡକାୟତମାନେ ବନ୍ଧୁକ ମୁନରେ ୮ ଲକ୍ଷ ଟଙ୍କା ଓ ୫ କୋଟିରୁ ଅଧିକ ସୁନା ଲୁଟ୍ କରି ଫେରାର ହୋଇଯାଇଛନ୍ତି | କେନ୍ଦୁଝର ଜିଲ୍ଲାର ଖଣିଜ ସହର ବଡବିଲର କଳିଙ୍ଗ ରାସ୍ତା ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ଏକ ଗମ୍ଭୀର ସଶସ୍ତ୍ର ଡକାୟତି ଘଟଣା ଘଟିଥିବା ସୂଚନା ମିଳିଛି।

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ବଡବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ସଶସ୍ତ୍ର ଡକାୟତି ହୋଇଛି | ଡକାୟତମାନେ ବନ୍ଧୁକ ମୁନରେ ୮ ଲକ୍ଷ ଟଙ୍କା ଓ ୫ କୋଟିରୁ ଅଧିକ ସୁନା ଲୁଟ୍ କରି ଫେରାର ହୋଇଯାଇଛନ୍ତି | କେନ୍ଦୁଝର ଜିଲ୍ଲାର ଖଣିଜ ସହର ବଡବିଲର କଳିଙ୍ଗ ରାସ୍ତା ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ଏକ ଗମ୍ଭୀର ସଶସ୍ତ୍ର ଡକାୟତି ଘଟଣା ଘଟିଥିବା ସୂଚନା ମିଳିଛି। ଦିନ ଦିପ୍ରହରେ ଘଟିଥିବା ଏହି ଡକାୟତି ଘଟଣା ସମଗ୍ର ସହରରେ ଆତଙ୍କ ଓ ଚାଞ୍ଚଳ୍ୟ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ୫ରୁ ୬ ଜଣ ଅଜଣା ଡକାୟତ ଗ୍ରାହକ ସେବା ନେବା ନାଟକରେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ହଠାତ୍ ସେମାନେ ବନ୍ଧୁକ ବାହାର କରି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ। ବନ୍ଧୁକ ମୁନରେ ପ୍ରାୟ ୮ ଲକ୍ଷ ଟଙ୍କା ନଗଦ ସହ ବ୍ୟାଙ୍କରେ ରଖାଯାଇଥିବା ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍ କରି ଡକାୟତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।
ଘଟଣାର ସୂଚନା ପାଇବା ସହିତ ବଡବିଲ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ଡକାୟତମାନେ କେଉଁ ଦିଗକୁ ଫେରାର ହୋଇଥିଲେ, ସେନେଇ ତଦନ୍ତ ଜୋରଦାର କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଡକାୟତମାନଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା ଜାରି ରହିଛି।
ବ୍ୟାଙ୍କ ପକ୍ଷରୁ ଲୁଟ୍ ହୋଇଥିବା ନଗଦ ଟଙ୍କା ଓ ସୁନାର ସଠିକ୍ ପରିମାଣ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ସହରବାସୀମାନଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି।
ସୌଜନ୍ୟ ସମ୍ବାଦ




