ଦେଶ ବିଦେଶ

Donald Trump: ଆମେରିକା ପାଖରେ ଏକ ‘ଗୁପ୍ତ ସୋନିକ୍ ଅସ୍ତ୍ର’ ଅଛି ଯାହା ଅନ୍ୟ କାହା ପାଖରେ ନାହିଁ: ଟ୍ରମ୍ପଙ୍କ ଦାବି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଧରିବା ପାଇଁ ଆମେରିକା ଏକ ‘ଗୁପ୍ତ ସୋନିକ୍ ଅସ୍ତ୍ର’ ବ୍ୟବହାର କରିଥିଲା। ନ୍ୟୁଜ୍ ନେସନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟ୍ରମ୍ପ କହିଛନ୍ତି ଯେ...

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଧରିବା ପାଇଁ ଆମେରିକା ଏକ ‘ଗୁପ୍ତ ସୋନିକ୍ ଅସ୍ତ୍ର’ ବ୍ୟବହାର କରିଥିଲା। ନ୍ୟୁଜ୍ ନେସନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ସେନା ପାଖରେ ଥିବା ଗୁପ୍ତ ସୋନିକ୍ ଅସ୍ତ୍ର ଅନ୍ୟ କାହା ପାଖରେ ନାହିଁ। ସେ ଆହୁରି କହିଛନ୍ତି ଯେ ଆମେରିକା ପାଖରେ ଏପରି କିଛି ଅସ୍ତ୍ରଶସ୍ତ୍ର ଅଛି ଯାହା ବିଷୟରେ ଅନ୍ୟ କେହି ଜାଣି ନାହାନ୍ତି।

ଜାନୁଆରି ୩ରେ ମାଦୁରୋଙ୍କୁ ଧରିବା ପାଇଁ ବ୍ୟବହୃତ ରହସ୍ୟମୟ ଅସ୍ତ୍ରଶସ୍ତ୍ର ବିଷୟରେ ଆମେରିକାର ରାଷ୍ଟ୍ରପତି କୌଣସି ବିବରଣୀ ଦେଇନାହାନ୍ତି। ସାକ୍ଷାତ୍‌କାର ସମୟରେ ଟ୍ରମ୍ପ କହିଛନ୍ତି ଯେ ଏହାର ବୈଶିଷ୍ଟ୍ୟର ସବିଶେଷ ତଥ୍ୟ ଭିତରକୁ ନ ଯିବା ବୋଧହୁଏ ଭଲ। କିନ୍ତୁ ଆମ ପାଖରେ କିଛି ଆଶ୍ଚର୍ଯ୍ୟଜନକ ଅସ୍ତ୍ରଶସ୍ତ୍ର ଅଛି ବୋଲି ଟ୍ରମ୍ପ କହିଛନ୍ତି।

ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଉପରେ ଟ୍ରମ୍ପ କହିଛନ୍ତି, ଏହା ଏକ ଆଶ୍ଚର୍ଯ୍ୟଜନକ ଆକ୍ରମଣ ଥିଲା। ମାଦୁରୋ ଆମେରିକାରେ ଡ୍ରଗ୍ସ କାରବାର କରୁଥିବା ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି, ଯାହାକୁ କାରାକାସ୍ ବ୍ୟାପକ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଏହି ଚଢ଼ଉର କିଛି ଘଣ୍ଟା ପରେ ଭେନେଜୁଏଲାର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଯେ ମାଦୁରୋଙ୍କ କମ୍ପାଉଣ୍ଡରେ ହୋଇଥିବା ଆକ୍ରମଣରେ ଅତି କମ୍‌ରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି। ତଥାପି ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ମୃତ୍ୟୁ ଉପରୋକ୍ତ ଗୁପ୍ତ ସୋନିକ୍ ଅସ୍ତ୍ରର ବ୍ୟବହାର ସହିତ ଜଡିତ କି ନାହିଁ।

ଗୁପ୍ତ ସୋନିକ୍ ଅସ୍ତ୍ରର ବିବରଣୀକୁ ନେଇ ପ୍ରଶ୍ନ ବଢୁଥିବା ବେଳେ ରୁଷ୍‌ ଏହି ଉପକରଣ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଆମେରିକାକୁ କହିଛି। ଆମେରିକା ପାଖରେ ଅସ୍ତ୍ରଶସ୍ତ୍ର ଥିବା ବିଷୟରେ ଟ୍ରମ୍ପ କ’ଣ କହିବାକୁ ଚାହୁଥିଲେ ସେ ବିଷୟରେ କ୍ରେମଲିନ୍ ଅଧିକ ସ୍ପଷ୍ଟତା ଦାବି କରିଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ୍ କହିଛନ୍ତି ଯେ ରୁଷ୍‌ର ସ୍ୱତନ୍ତ୍ର ସେବାକୁ ସୂଚନା ସଂଗ୍ରହ ଓ ବିଶ୍ଳେଷଣ ପାଇଁ ଦାୟିତ୍ବ ଦିଆଯାଇଛି।

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button