Dead Body Identified ଜଙ୍ଗଲ ଘେରା ବିଲ ଭିତରେ ପଡ଼ିଥିବା ଅଧାପଚା ଶବର ମିଳିଲା ପରିଚୟ

ଦେଓଗାଁ: ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ମହାଳାଇ ପଞ୍ଚାୟତର ବୁଦେଲ ଗୁମା ଗାଁ ଜଙ୍ଗଲ ଭିତରେ ଏକ ଦରପଚା ଶବକୁ ଆଜି ଠାବ କରିଥିଲା ଦେଓଗାଁ ପୁଲିସ। ମୁଗ ବିଲ ଭିତରେ ପଡ଼ିଥିବା ଏହି ଅପରିଚିତ ଶବର ପରିଚୟ ଖୋଜି ପାଇଛି ଦେଓଗାଁ ପୁଲିସ। ଦରପଚା ଶବଟି ତୁଷୁରା ଥାନା ଖଗସିକନା ସ୍ଥିତ ସଞ୍ଜୟ ପଡ଼ାର ଶ୍ୟାମ ସୁନ୍ଦର ରଣାଙ୍କର ବୋଲି ଜଣା ପଡିଛି।

ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ

ସେ ଗତ ୭ଦିନ ତଳେ ନିଖୋଜ ହୋଇଥିବା ନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ। ଅନ୍ୟ ପକ୍ଷରେ ଏହି ଶବ ମିଳିବା ଘଟଣାକୁ ନେଇ ଅନେକ କଥା ଚର୍ଚ୍ଚା ହେଉଥିବା ବେଳେ ଅର୍ଜୁନପୁର-ତୁଷୁରା ରାସ୍ତାର ମାଧିଆପାଲି ଛକ ନିକଟରେ ଏକ ରାଜସ୍ଥାନୀ ଗାଡ଼ି ବୃଦ୍ଧ ଜଣଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଦୋଷ ଲୁଚାଇବାକୁ ଯାଇ ଦୁର୍ଘଟଣା ସ୍ଥଳରେ ମାଟି ଢାଙ୍କି ଦେଇ ଅନ୍ୟତ୍ର ଜଙ୍ଗଲ ଭିତରକୁ ଶବ ଫିଙ୍ଗି ଦେଇଛନ୍ତି ବୋଲି ଆଲୋଚନା ହେଉଛି। ଏଣୁ ଏ ଦିଗରେ ଜିଲ୍ଲା ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ସୌଜନ୍ୟ ସମ୍ବାଦ