ବାଣିଜ୍ୟ

Union Budgets: ହାଲ୍‌ୱା ଉତ୍ସବ ସହ ଚୂଡ଼ାନ୍ତ ପର୍ଯ୍ୟାୟରେ ବଜେଟ୍‌ ପ୍ରସ୍ତୁତି

କେନ୍ଦ୍ର ସରକାରଙ୍କ ବଜେଟ୍‌ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନର୍ଥ ବ୍ଲକ୍‌ରେ ଗୁରୁତ୍ବପୂର୍ଣ୍ଣ ହାଲ୍‌ୱା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହଲ୍‌ୱା ବାଣ୍ଟିଥିଲେ।

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଜେଟ୍‌ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନର୍ଥ ବ୍ଲକ୍‌ରେ ଗୁରୁତ୍ବପୂର୍ଣ୍ଣ ହାଲ୍‌ୱା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହଲ୍‌ୱା ବାଣ୍ଟିଥିଲେ। ଏହି ଉତ୍ସବ ସହ ବଜେଟ୍‌ ପ୍ରସ୍ତୁତି ସହ ଜଡ଼ିତ ସମସ୍ତ ଅଧିକାରୀଙ୍କୁ ନର୍ଥ ବ୍ଲକ୍‌ରେ ବନ୍ଦ ରଖାଯିବ। ସେମାନଙ୍କୁ ଆଉ ବାହାରକୁ ଛଡ଼ାଯିବ ନାହିଁ। ସେମାନେ ବାହ୍ୟ ଦୁନିଆ ସହ‌ ଯୋଗାଯୋଗରେ ରହିପାରିବେ ନାହିଁ।‌ ‌ସେମାନଙ୍କୁ ଫୋନ ଓ ଇଣ୍ଟରନେଟ୍‌ ବ୍ୟବହାରର ଅନୁମତି ନଥାଏ।

ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ରହଣୀ ପର୍ଯ୍ୟନ୍ତ ସେମାନଙ୍କ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଥାଏ। ଏହି ସମୟରେ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଜଗି ରହିଥାନ୍ତି। ବଜେଟ୍‌ ଦସ୍ତାବିଜର ଗୋପନୀୟତା ବଜାୟ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି। ଶ୍ରୀମତୀ ସୀତାରମଣ ପ୍ରଥମ ଥର ପାଇଁ ରବିବାର ଦିନ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି।

ହାଲ୍‌ୱା ଉତ୍ସବ ସମୟରେ ଶ୍ରୀମତୀ ସୀତାରମଣ ବଜେଟ୍‌ ପ୍ରେସ୍‌ ପରିଦର୍ଶନ କରିବା ସହ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ। ‌ସେ ସମସ୍ତ ଟିମ୍‌କୁ ଶୁଭକାମନା ଜଣାଇଥିଲେ। ତାଙ୍କ ସହ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସସମ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥର ସମସ୍ତ ବଜେଟ୍‌ ଦସ୍ତାବିଜ ସାଂସଦ ଓ ସାଧାରଣ ଜନତାଙ୍କ ପାଇଁ ୟୁନିୟନ୍‌ ବଜେଟ୍‌ ମୋବାଇଲ୍‌ ଆପ୍‌ରେ ଉପଲବ୍ଧ ହେବ। ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ୍‌ ଅଭିଭାଷଣ ଶେଷ ହେବା ପରେ ବଜେଟ୍‌ ଦସ୍ତାବିଜ୍‌ ମୋବାଇଲ୍‌ ଆପ୍ ଓ ୱେବସାଇଟ୍‌ରେ ଉପଲବ୍ଧ ହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button