ଜାତୀୟ

ଦୀପାବଳି ପରଦିନ ସକାଳେ ଦିଲ୍ଲୀର ବାୟୁ ହୋଇଯାଇଛି କେତେ ବିଷାକ୍ତ? ରାଜଧାନୀ ପାଲଟିଛି ’ଗ୍ୟାସ ଚାମ୍ବର’

ନୂଆଦିଲ୍ଲୀ,୯।୧୧: ଦୀପାବଳି ପରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଆହୁରି ଖରାପ ହୋଇଯାଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ‘ଏୟାର କ୍ୱାଲିଟି ଇଣ୍ଡେକ୍ସ’ (AQI) ‘ଗମ୍ଭୀର’ (severe) ବର୍ଗରେ ପହଞ୍ଚିଛି। ସକାଳ ସମୟରେ ସହରର ବିଭିନ୍ନ ସ୍ଥାନରେ ଧୂଆଁ ଓ କୁହୁଡ଼ିର ଏକ ଆସ୍ତରଣ ଦେଖିବାକୁ ମିଳିଥିଲା, ଯାହା ଫଳରେ ଦୃଶ୍ୟମାନତା (visibility) ବହୁତ କମିଯାଇଥିଲା।
କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ର ତଥ୍ୟ ଅନୁଯାୟୀ, ଭୋର ପ୍ରାୟ ୪ଟା ସମୟରେ ସୋନିଆ ବିହାର ମନିଟରିଂ ଷ୍ଟେଶନରେ AQI ୪୬୩ ଏବଂ ITO ମନିଟରିଂ ଷ୍ଟେଶନରେ ୪୦୬ ରେକର୍ଡ କରାଯାଇଥିଲାଯାହା ଉଭୟ ‘ଗମ୍ଭୀର’ ବର୍ଗ ଅନ୍ତର୍ଭୁକ୍ତ। ଏଥିସହିତ, ଇନ୍ଦ୍ରଲୋକ ସମେତ ବିଭିନ୍ନ ଅଞ୍ଚଳରେ ଧୂଆଁ ଓ କୁହୁଡ଼ିର ଏକ ଘନ ଆସ୍ତରଣ ଛାଇ ହୋଇଯାଇଥିଲା, ଯାହା ଯୋଗୁ ଦୃଶ୍ୟମାନତା ବହୁତ ମାତ୍ରାରେ ହ୍ରାସ ପାଇଥିଲା।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button