ଓଡିଶା

Child Dead: ଭୁଲ ଇଞ୍ଜେକ୍ସନରୁ ଶିଶୁ ମୃତ୍ୟୁ ଅଭିଯୋଗ

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସୁକିନ୍ଦାଗଡ଼ ପଞ୍ଚାୟତ ୧ ନମ୍ବର ଓ୍ବାର୍ଡ ଉପସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇ‌ଞ୍ଜେକ୍ସନରୁ ଦେଢ଼ମାସ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଆଜି ଥାନାରେ ଅଭିଯୋଗ ହୋଇଛି।

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ଥାନା ସୁକିନ୍ଦାଗଡ଼ ପଞ୍ଚାୟତ ୧ ନମ୍ବର ଓ୍ବାର୍ଡ ଉପସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇ‌ଞ୍ଜେକ୍ସନରୁ ଦେଢ଼ମାସ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ଏଏନ୍‌ଏମ୍‌ ଭୁଲ ଟିକା ଦେବାରୁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ନେଇ ସାପୁଆପଦା ବସ୍ତିର ଆଦିବାସୀ ଦମ୍ପତି ମୁକ୍ତା ଓ ମଟାଇ ଜାମୁଦା ଅଭିଯୋଗ କରନ୍ତି। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ମୃତ ନବଜାତକର ଶବକୁ ବ୍ୟବଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି। ତଦନ୍ତ ଜାରି ରହିଥିବା ପୁଲିସ ଠାରୁ ସୂଚନା ମିଳିଛି।

ପ୍ରାପ୍ତ ଖବରରୁ ଜଣାପଡ଼ିଛି ଯେ, ନିର୍ଦ୍ଧାରିତ ବୁଧବାରରେ ଗତକାଲି ଏହି ଦମ୍ପତି ତୃତୀୟ ସନ୍ତାନ ଶିଶୁପୁତ୍ର ଶ୍ରୀକାନ୍ତର ଟିକାକରଣ ପାଇଁ ସରକାରୀ ସବସେଣ୍ଟର ଆସିଥିଲେ। ଶିଶୁର ଓଜନ ୨.୭ କିଲୋଗ୍ରାମ୍ ଓ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ରହିଥିଲା। ଦାୟିତ୍ବରେ ଥିବା ଏଏନ୍‌ଏମ୍‌ ଚିନ୍ମୟୀ ମହାନ୍ତ ଏହି ଶିଶୁକୁ ପୋଲିଓ(ରୋଟା) ବୁନ୍ଦା ଖୁଆଇଥିଲେ। ଶିଶୁର ଡାହାଣ ହାତରେ ଆଇପିଭି, ବାମ ଜଙ୍ଘରେ ପିସିଭି ଓ ଡାହାଣ ଜଙ୍ଘରେ ପେଣ୍ଟା ଇଞ୍ଜେକ୍ସନ ଦିଆଯାଇଥିଲ। ଟିକା ନେବାର କିଛିକ୍ଷଣ ପରେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ପାର୍ଶ୍ବସ୍ଥ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ଶିଶୁର ମୃତ୍ୟୁ ପରେ ପରିବାର ଓ ସଂପର୍କୀୟଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button