ଦେଶ ବିଦେଶ

India Worried: ଇରାନ୍-ଆମେରିକା ଉତ୍ତେଜନା, ଚିନ୍ତାରେ ଭାରତ

ଇରାନ୍-ଆମେରିକା ମଧ୍ୟରେ ଯୁଦ୍ଧ ହେଲେ ଅନେକ କ୍ଷତି ସହିବ ଭାରତ, ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଉପ-ଜାତୀୟ ସୁରକ୍ଷା ପରାମର୍ଶଦାତା ପବନ କପୁରଙ୍କୁ ତେହେରାନ ପଠାଇଛି ଭାରତ।

ନୂଆଦିଲ୍ଲୀ: ଇରାନ୍-ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ନେଇ ଚିନ୍ତାରେ ଭାରତ। ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ ଅନେକ କ୍ଷତି ସହିବ ଭାରତ, ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଉପ-ଜାତୀୟ ସୁରକ୍ଷା ପରାମର୍ଶଦାତା ପବନ କପୁରଙ୍କୁ ତେହେରାନ ପଠାଇଛି ଭାରତ। ପବନ କପୁର ତେହେରାନରେ ଇରାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଲି ଲାଜାରିଙ୍କୁ ଭେଟିଛନ୍ତି। ମୁମ୍ବାଇରେ ଥିବା ଇରାନର କନସୁଲେଟ୍ ଜେନେରାଲ ଟ୍ୱିଟରରେ ଏହି ସୂଚନା ଦେଇ କହିଛନ୍ତି, ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାଜାରି ଏବଂ ଭାରତର ଉପ-ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। କପୁର ତାଙ୍କ ଇରାନ ପ୍ରତିପକ୍ଷଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ଇରାନରେ ଭାରତର ଅନେକ ସ୍ୱାର୍ଥ ରହିଛି, ଯେଉଁଥିରୁ ଚାବାହାର ବନ୍ଦରର ସୁରକ୍ଷା ଅନ୍ୟତମ। ତେଣୁ, ଆମେରିକା ଦ୍ୱାରା ଇରାନ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ଭାରତ ଅନ୍ଧ ପରି ଦେଖିପାରିବ ନାହିଁ।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button