Lifestyle inflation: ଅର୍ଥ ସୂତ୍ର: ଋଣଯନ୍ତାରେ ପକାଇପାରେ ‘ଜୀବନଶୈଳୀ ମୁଦ୍ରାସ୍ଫୀତି’
ମୁଦ୍ରାସ୍ଫୀତିର ଅର୍ଥ ହେଲା ବିଭିନ୍ନ ଦ୍ରବ୍ୟ ଓ ସେବାର ମୂଲ୍ୟରେ ବୃଦ୍ଧି, ଯାହା ସାଧାରଣ ଗ୍ରାହକଙ୍କୁ ପ୍ରଭାବିତ କରେ। ଅର୍ଥାତ୍ ବଜାରରେ ଦ୍ରବ୍ୟ ଓ ସେବାଗୁଡ଼ିକର ଦର ବଢ଼ିଲେ ଆମକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହୁଏ।

ମୁଦ୍ରାସ୍ଫୀତିର ଅର୍ଥ ହେଲା ବିଭିନ୍ନ ଦ୍ରବ୍ୟ ଓ ସେବାର ମୂଲ୍ୟରେ ବୃଦ୍ଧି, ଯାହା ସାଧାରଣ ଗ୍ରାହକଙ୍କୁ ପ୍ରଭାବିତ କରେ। ଅର୍ଥାତ୍ ବଜାରରେ ଦ୍ରବ୍ୟ ଓ ସେବାଗୁଡ଼ିକର ଦର ବଢ଼ିଲେ ଆମକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହୁଏ। ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ ସରକାର ବି ପଦକ୍ଷେପ ନେଇଥାନ୍ତି। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ ବଜାରରେ ଦରଦାମ ବୃଦ୍ଧି ହୋଇ ନଥିଲେ ମଧ୍ୟ ଅମର ଖର୍ଚ୍ଚ ବଢ଼ିଯାଏ, ଯାହା ଆମର ଆୟକୁ ସଂକୁଚିତ କରିଥାଏ। ତେଣୁ ଏ କ୍ଷେତ୍ରରେ ଆମେ ଏକ ଭିନ୍ନ ପ୍ରକାରର ମୁଦ୍ରାସ୍ଫୀତି-‘ଲାଇଫ୍ଷ୍ଟାଇଲ୍ ଇନ୍ଫ୍ଲେସନ୍’ ବା ‘ଜୀବନଶୈଳୀ ମୁଦ୍ରାସ୍ଫୀତି’ର ସମ୍ମୁଖୀନ ହୋଇଥାଉ। ଏହା କୌଣସି ଅର୍ଥନୈତିକ ସମସ୍ୟା ନୁହେଁ ଯେ, ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ନୀତି ନିର୍ଦ୍ଧାରଣ କରିବେ। ତେବେ ଜୀବନଶୈଳୀ ମୁଦ୍ରାସ୍ଫୀତି କ’ଣ? ଏହା ଏଭଳି ଏକ ମାନସିକ ଅବସ୍ଥା, ଯେଉଁଠି ଆମେ ଆମର ଆବଶ୍ୟକତାକୁ ନିଜେ ବଢ଼ାଇ ଦେଇ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିଥାଉ।




